ନୂଆ ଇନିଂସ ଆରମ୍ଭ କରିବେ କୀର୍ତ୍ତି ଆଜାଦ; କଂଗ୍ରେସ ଛାଡି TMC ଯୋଗ ଦେବେ

ନୂଆଦିଲ୍ଲୀ: କଂଗ୍ରେସ ଛାଡିବେ କୀର୍ତ୍ତି ଆଜାଦ । କଂଗ୍ରେସ ଛାଡି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା କୀର୍ତ୍ତି ଆଜାଦ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭବଗବତ ଝା ଆଜାଦଙ୍କ ପୁଅ କୀର୍ତ୍ତି ଦରଭଙ୍ଗା ଆସନରୁ ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ସେ ବିଜେପିରେ ଥିବାବେଳେ ପରେ ସେ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ଲଢି ପରାସ୍ତ ହୋଇଥିଲେ । କୀର୍ତ୍ତି ଆଜାଦଙ୍କୁ ଦଳରେ ସାମିଲ କରିବାର ମୁଖ୍ୟ କାରଣ ହେଉଛି ୨୦୨୪ ସାଧାରଣ ନିର୍ବାଚନ । କାହିଁକି ନା ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଚେକ୍ ମେଟ ଦେବା ପାଇଁ ଏବେ ଠାରୁ ରଣନିତୀ କରିଛନ୍ତି ମମତା ବାନାର୍ଜୀ ।

କୀର୍ତ୍ତି ଆଜାଦ ଜଣେ ପ୍ରତିଷ୍ଠିତ କ୍ରିକେଟର । ସେ ୧୯୮୩ ବିଶ୍ବକପ ବିଜେତା ଟିମରେ ସାମିଲ ଥିଲେ । ଦିଲ୍ଲୀ କ୍ରିକେଟ ଆସୋସିଏସନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସମ୍ପୃକ୍ତି ଅଭିଯୋଗ କରିବାରୁ ତାଙ୍କୁ ବିଜେପିରୁ ବହିଷ୍କାର କରାଯାଇଥିଲା । କିଛି ଦିନ ତଳେ କଂଗ୍ରେସ ନେତୃତ୍ବଙ୍କୁ ସେ ସମାଲୋଚନା କରିବା ସହ ଆପନା ଭାରତ ମୋର୍ଚ୍ଚା ଗଠନ କରିଥିଲେ ।

Leave a Reply