ବିହାର ବିଧାନସଭା ନିର୍ବାଚନ: ୨୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ପାଟଣା: ଆଗାମୀ ବିହାର ବିଧାନସଭା ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜାତୀୟ କଂଗ୍ରେସ ।  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ସମସ୍ତଙ୍କୁ ସିମ୍ୱଲ ମଧ୍ୟ ପ୍ରଦାନ କରାଯାଇଛି । ମଙ୍ଗଳବାର ପାଟଣା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବିଳମ୍ୱିତ ରାତି ଯାଏଁ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ଆଲୋଚନା ଚାଲିଥିଲା । ଏବଂ ଶେଷରେ ୨୧ଟି ସିଟରେ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ସହମତି ପ୍ରକାଶ ପାଇଥିଲା । ଚଳିତ ନିର୍ବାଚନରେ ମହାମେଣ୍ଟ ସହ ମିଶି ମୋଟ ୭୦ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ କଂଗ୍ରେସ । ଅନ୍ୟ ଆସନ ଗୁଡ଼ିରେ ମହାମେଣ୍ଟରେ ସାମିଲ ହୋଇଥିବା ଅନ୍ୟ ଦଳମାନେ ନିର୍ବାଚନ ଲଢ଼ିବେ ।

 କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିବା ୨୧ ଜଣ ପ୍ରାର୍ଥୀ ହେଲେ ବଜରିଗଞ୍ଜର ରାଶି ଶେଖର, ବରବିଧାରୁ ଗଜାନନ୍ଦ ଶହି, ବାରିସଲିଗଞ୍ଜରୁ ସତିଶ କୁମାର ସିଂହ, କହଲଗାଁରୁ ଶୁଭାନନ୍ଦ ମୁକେଶ, ହିସୁଆରୁ ନୀତୁ କୁମାରୀ, ଔରଙ୍ଗାବାଦରୁ ଆନନ୍ଦ ଶଙ୍କର ସିଂହ, ସିକନ୍ଦରାରୁ ସୁଧିର କୁମାର, ବକ୍ସରରୁ ମୁନ୍ନା ତିଓ୍ୱାରୀ ଓ ବିକ୍ରମରୁ ସିଦ୍ଦାର୍ଥଙ୍କୁ ଟିକେଟ୍ ଦିଆଯାଇଛି ।

ବିହାର ନିର୍ବାଚନ: ଜେଡିୟୁ ଓ ସହଯୋଗୀଙ୍କୁ ୧୨୨, ଭାଜପା ଓ ସହଯୋଗୀଙ୍କୁ ୧୨୧ ଆସନ

ସେହିଭଳି ଲଖିସରାଇରୁ ଅମରେଶ କୁମାର ଅନିଶ, ଗୟାରୁ ମୋହନ ଶ୍ରୀବାସ୍ତବ, ଚୈନାରୀରୁ ମୁରାରୀ ପ୍ରସାଦ ଗୌତମ, ବାଢ଼ରୁ ସତ୍ୟେନ୍ଦ୍ର ବାହାଦରୁ, ଟେକାରୀରୁ ଅଶୋକ ଗଗନ, ଗୋବିନ୍ଦପୁରରୁ କାମରାନଙ୍କୁ ପ୍ରାର୍ଥୀ କରାଯାଇଛି । ସୂଚନା ଥାଉ କି, ବିହାରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୧ ଟି ସିଟ୍ ପାଇଁ ଆସନ୍ତା ୨୮ ତାରିଖରେ ଭୋଟ ଗ୍ରହଣ ହେବ । ଏହାପରେ ୩ ନଭେମ୍ୱରରେ ୯୪ ସିଟ୍ ଏବଂ ୭ ନଭେମ୍ୱରରେ ୭୮ ସିଟ୍ ପାଇଁ ଭୋଟଗ୍ରହଣ ହେବ । ଏହି ଭୋଟଗ୍ରହଣ ପରେ ୧୦ ନଭେମ୍ୱରରେ ନିର୍ବାଚନ ଫଳାଫଳ ଘୋଷଣା ହେବ  ।

Leave a Reply