ଅସନ୍ତୁଷ୍ଟଙ୍କୁ ସୋନିଆଙ୍କ ଚରମ ବାଣୀ, ଗଣମାଧ୍ୟମ ଜରିଆରେ ଆଲୋଚନା ଅନାବଶ୍ୟକ

1 min read
Congress Interim President Sonia Gandhi Chairs CWC Meeting

ନୂଆଦିଲ୍ଲୀ: ଚଳିତ ବର୍ଷ ବଦଳିବେନି ଏଆଇସିସି ସଭାନେତ୍ରୀ । ଆସନ୍ତା ବର୍ଷ ସେପ୍ଟେମ୍ବରରେ ବଛାଯିବେ ଦଳର ନୂଆ ନେତା । ଦିଲ୍ଲୀରେ ଆୟୋଜିତ କଂଗ୍ରେସ କାର୍ଯ୍ୟକାରିଣୀରେ ଅଧ୍ୟକ୍ଷତା କରି ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧି କହିଛନ୍ତି- ସେ ଏବେ ଦଳର ପୂର୍ଣ୍ଣକାଳୀନ ସଭାନେତ୍ରୀ ଅଛନ୍ତି । ତାଙ୍କ ସମ୍ପର୍କରେ ମିଡିଆରେ କିଛି କହିବା ଅନାବଶ୍ୟକ । ଦଳରେ ସମସ୍ତେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ । ଏହା ସହ ସେ ଗ୍ରୁପ-୨୩ ନେତାଙ୍କୁ ମଧ୍ୟ ସତର୍କ କରାଇଛନ୍ତି । ଆଜିର ବୈଠକରେ ରାହୁଲ ଗାନ୍ଧିଙ୍କୁ ଏଆଇସିସି ସଭାପତି କରିବା ଲାଗି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରସ୍ତାବ ଦେଇଥିବା କୁହାଯାଉଛି । ବୈଠକରେ ଦଳର ୫୨ଜଣ ତୁଙ୍ଗନେତା ଯୋଗ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରାଯାଇଛି ।

Congress Interim President Sonia Gandhi Chairs CWC Meeting

ଏହା ସହ ଜାମ୍ମୁ ଓ କାଶ୍ମୀରରେ ବଢିଥିବା ହତ୍ୟାକାଣ୍ଡ ଘଟଣାରେ ଉଦବେଗ୍ ପ୍ରକାଶ କରାଯାଇଛି । ସେପଟେ ଦୀର୍ଘକାଳୀନ ସମୟ ପାଇଁ କର୍ମକର୍ତ୍ତା ଚୟନ ଲାଗି କଂଗ୍ରେସ କାର୍ଯ୍ୟକାରିଣୀରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜିର ବୈଠକରେ ଦଳର ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଶୋକ ଗେହଲଟ, ଚରଣଜିତ ସିଂ ଚନ୍ନି, ଭୂପେଶ ବଘେଲ, ଗୁଲାମନବି ଆଜାଦ, ପ୍ରମୁଖ ନେତା ଉପସ୍ଥିତ ଅଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରେ ଦଳର ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବାରୁ ତାଙ୍କ ସ୍ଥାନରେ ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯାଇଥିଲା । ତେବେ ଜିଲ୍ଲାସ୍ତରରୁ ରାଜ୍ୟ ସ୍ତର ଯାଏଁ ସମସ୍ତ ସାଂଗଠନିକ ନିର୍ବାଚନ ଶେଷ ହେବା ଯାଏଁ ସୋନିଆ ସଭାନେତ୍ରୀ ଭାବେ ରହିପାରନ୍ତି ବୋଲି ଆଲୋଚନା ହେଉଛି ।

Congress Interim President Sonia Gandhi Chairs CWC Meeting

ସାରା ଦେଶରେ ଦଳର ସଦସ୍ୟ ସଂଖ୍ୟା ବୃଦ୍ଧି, ଆଭ୍ୟନ୍ତରୀଣ ନିର୍ବାଚନ, ତୃଣମୂଳ ସ୍ତରରୁ ନେତା ନିର୍ବାଚନ ଆଦି ପ୍ରକ୍ରିୟା ଦୁରୂହ ବ୍ୟାପାର ହୋଇଥିବାରୁ ସିଡବ୍ଲୁସି କି ନିଷ୍ପତ୍ତି ନେବ ତାହାକୁ ଅପେକ୍ଷା କରାଯାଇଛି ।  ସେହିପରି ଆସନ୍ତା ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ କଂଗ୍ରେସର ରଣନୀତି ମଧ୍ୟ ଏହି ବୈଠକରେ ନିର୍ଦ୍ଧାରଣ କରାଯିବା ସମ୍ଭାବନା ରହିଛି । ଦଳରେ ଆମୂଳଚୁଳ ପରିବର୍ତ୍ତନ କରିବା ଲାଗି ଗ୍ରୁପ ୨୩ର ନେତାମାନେ ସୋନିଆଙ୍କ ନିକଟକୁ ପତ୍ର ଲେଖିବା ପରେ ସିଡବ୍ଲୁସି ବୈଠକ ବସିବା ଅବଶ୍ୟମ୍ଭାବୀ ହୋଇଥିଲା ।

Leave a Reply