ସତ୍ୟପାଲ ମଲ୍ଲିକଙ୍କ ବିସ୍ଫୋରକ ଇଣ୍ଟରଭ୍ୟୁକୁ ନେଇ ବିଜେପିକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ବିଜେପି ନେତା ସତ୍ୟପାଲ ମଲ୍ଲିକଙ୍କ ବିସ୍ଫୋରକ ଇଣ୍ଟରଭ୍ୟୁକୁ ନେଇ ଘେରିଛି କଂଗ୍ରେସ । ଏବେ ବି ବିଜେପିର ନେତା ଥିବା, ପୂର୍ବତନ କାଶ୍ମୀର ରାଜ୍ୟପାଳଙ୍କ ବୟାନ କେବେ ମିଛ ହୋଇପାରେନା । ସତ୍ୟପାଳଙ୍କ ବୟାନ କେନ୍ଦ୍ରର ମୁଖା ଖୋଲିଛି ବୋଲି କହିଛ କଂଗ୍ରେସ । ଏକ ଚ୍ୟାନେଲକୁ ଏକ ଘଣ୍ଟା ୯ ମିନିଟର ସାକ୍ଷାତାକାର ଦେଇ ସତ୍ୟପାଲ ପୁଲୱାମାରେ ୪୦ ଯବାନ ସହିଦ ଘଟଣାର ଖୁଲ୍ଲାସା କରିଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛି କଂଗ୍ରେସ । ରାଷ୍ଟ୍ରପତିଙ୍କ ଦୈନିକ କାର୍ଯ୍ୟସୂଚୀରୁ କାହିଁକି ସତ୍ୟପାଲଙ୍କ ଆପଏଣ୍ଟମେଣ୍ଟ କଟାହେଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ରାଷ୍ଟ୍ରପତିଙ୍କ ଡେଲି ଆକ୍ଟିଭିଟି କାହିଁକି ପିଏମଓରୁ ମଞ୍ଜୁର ହେଉଛି ? କେନ୍ଦ୍ର ସରକାର ସବୁ ସାମ୍ବିଧାନିକ ପଦକୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ପଚାରିଛି, କାହିଁକି ଓ କେଉଁ ସ୍ବାର୍ଥ ସାଧନ ଲାଗି ପୁଲୱାମାରେ ୨୦୧୯ ଫେବ୍ରୁଆରୀରେ ୪୦ ଯବାନଙ୍କୁ ସହିଦ ହେବାକୁ ଛାଡି ଦିଆଗଲା ? ଦେଶ ଏବେ ବି ଏହାର ଉତ୍ତର ଜାଣିବାକୁ ଅନାଇ ବସିଛି ବୋଲି କଂଗ୍ରେସ କହିଛି । ସତ୍ୟପାଳଙ୍କ ରାଜ୍ୟପାଳତ୍ବରେ କାଶ୍ମୀରରୁ ୩୭୦ ଧାରା ହଟାଇ ଦିଆଯାଇଥିଲା । ଏତେ ବିଶ୍ବାସଯୋଗ୍ୟ ନେତାଙ୍କୁ କିପରି କାହିଁକି କିଛି ସୂଚନା ଦିଆଗଲା ନାହିଁ । ଓଲଟା ଚୁପ ରହିବାକୁ କାହିଁକି କୁହାଗଲା ବୋଲି ପ୍ରଶ୍ନ ପ୍ରେସମିଟ କରି ବର୍ଷିଛି କଂଗ୍ରେସ ।