ରାଜ୍ୟରେ ବିଜେପି ସରକାର ଆସିଲା ପରେ ବହୁ ଅନୁଷ୍ଠାନ ପଙ୍ଗୁ: କଂଗ୍ରେସ

1 min read

ଭୁବନେଶ୍ବର: ରାଜ୍ୟରେ ନାବାଳିକା ଓ ମହିଳା ନିର୍ଯାତନା ବୃଦ୍ଧି ପାଇଛି । ରାଜ୍ୟରେ ବିଜେପି ସରକାର ଆସିଲା ପରେ ବହୁ ଅନୁଷ୍ଠାନ ପଙ୍ଗୁ ହୋଇଯାଇଛି । ଓଡ଼ିଶା ଲୋକାୟୁକ୍ତ ପଦବୀ ବର୍ଷେ ହେବ ଖାଲି ପଡିଛି । ଶିଶୁ ସୁରକ୍ଷା କମିଶନ, ମହିଳା କମିଶନ ପଦବୀ ମଧ୍ୟ ଖାଲି ପଡ଼ିଛି l ବିଜେପି ରାଜ୍ୟରେ ଏକଛତ୍ରବାଦ ଶାସନ କରିବା ପାଇଁ ଏହି ପଦବୀକୁ ଖାଲି ରଖିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରଶ୍ନ କରିଛନ୍ତି, କେଉଁ ଆଧାରରେ ରାଜ୍ୟ ସରକାର ମହିଳା କମିଶନ ଓ ଏହାର ସମସ୍ତ ସଦସ୍ୟଙ୍କୁ କଢାଗଲା ? ରାଜ୍ୟ ସରକାର ଆଇନକୁ ସମ୍ମାନ ଦେଉଥିଲେ ତୁରନ୍ତ ଏହି ପଦବୀ ପୂରଣ କରନ୍ତୁ l ୪ ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ପଦବୀ ପୂରଣ ନକଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l ସେହିପରି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି, ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଥିଲା l ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବର୍ଷକୁ ୭୦ ହଜାର ନିଯୁକ୍ତି ଦିଆଯିବ । ହେଲେ ମାତ୍ର ୭ ହଜାର ନିଯୁକ୍ତି ଦେଇଛନ୍ତି l ଓଡିଆ ଯୁବକ ଓ ଯୁବତୀମାନେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି l ବର୍ଷ ପୂର୍ତ୍ତି ରେ ଆମେ ଜବାବ ମାଗୁଛୁ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ l ନହେଲେ ଯୁବ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ l ବାହାର ରାଜ୍ୟର କମ୍ପାନୀମାନେ ଏଠାରେ କାମ କରୁଛନ୍ତି l ହେଲେ ଓଡ଼ିଶାକୁ ନିଯୁକ୍ତି ନାହିଁ l ଏହା ଚଳିବନି ବୋଲି କହିଛନ୍ତି ରଞ୍ଜିତ । ବିଜେପି ସରକାରରେ ଅଣ ଓଡ଼ିଆ ନିଯୁକ୍ତି ବଢ଼ିଛି l ଏହା କଣ ବିଜେପି ସରକାରର ଓଡ଼ିଆ ଅସ୍ମିତା l ଓଡ଼ିଶାରେ ଓଡ଼ିଆ ମାନେ ଆଜି କାନ୍ଦୁଛନ୍ତି l ଅଣ ଓଡ଼ିଆ ଠିକାସଂସ୍ଥା ଆଜି ଓଡ଼ିଶାରେ କାମ କରୁଛନ୍ତି l ଓଡ଼ିଆ ଠିକାଦାର ମାନେ କାମ ପାଉନାହାଁନ୍ତି l ଏହା କଣ ଓଡିଆମାନଙ୍କ ପ୍ରତି ସ୍ୱାଭିମାନ l ୯୦ ପ୍ରତିଶତ କାମ ଏବେ ଅଣ ଓଡିଆ ଠିକାଦାର କାମ କରୁଛନ୍ତି l ରାଜ୍ୟରେ କଣ ଓଡିଆ ଠିକାଦାର ନାହାନ୍ତି କି ? ଓଡ଼ିଶାକୁ ବିକ୍ରି କରିଦେବାକୁ ସରକାର ଯୋଜନା କରିଛନ୍ତି l ଖଣିଖାଦାନକୁ ଅଣ ଓଡ଼ିଆ କମ୍ପାନୀ ମାନେ ଉତ୍ତୋଳନ କରୁଛନ୍ତି l ହେଲେ ଓଡିଆ ଠିକାଦାର ମାନେ କାମ ପାଉନାହାଁନ୍ତି l ଓଡ଼ିଆ ଲୋକଙ୍କୁ ସରକାର କାମ ଦିଅନ୍ତୁ ବୋଲି ଦାବି କରିଛନ୍ତି ଯୁବ କଂଗ୍ରେସ ନେତା ୟାସିର ନୱାଜ ।