spot_img

Latest Posts

ପିପିଲି ଉପନିର୍ବାଚନ ନେଇ ତେଜିଲା ରାଜନୀତି, ନିର୍ବାଚନ ଘୁଞ୍ଚାଇବାକୁ କଂଗ୍ରେସର ଦାବି

ଭୁବନେଶ୍ୱର: ଜନମତ ପାଇଁ ବାଜିରେ ନଲାଗୁ ଜୀବନ। ସଂକ୍ରମଣ ସଂକଟରେ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଛି କଂଗ୍ରେସ। ଏଥିପାଇଁ କଂଗ୍ରେସ ପକ୍ଷରୁ ସବୁ ରାଜନୈତିକ ଦଳକୁ ନିବେଦନ କରାଯାଇଛି। ତେଣୁ ନିର୍ବାଚନ କମିସନ ବାଇ-ଇଲେକ୍ସନ୍‌ ତାରିଖ ଘୁଞ୍ଚାଇବାକୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି। ସେପଟେ ଦଳ ଭିତରୁ ହିଁ ଉଠିଛି ଭିନ୍ନ ମତ। କୋଭିଡ୍ କଟକଣାରେ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢିଛନ୍ତି ସୁର। ସେପଟେ ପିପିଲି ପାଇଁ କଂଗ୍ରେସ ଭବନରେ ପ୍ରସ୍ତୁତ ହୋଇଛି ରଣନୀତି।

ଉପନିର୍ବାଚନ ନେଇ କଂଗ୍ରେସରେ ଭିନ୍ନ ମତ। ଦଳର ଦାବି ଅବାସ୍ତବ ଓ ଅସତ୍ୟ ବୋଲି କହିଛି ବିଜେପି। ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି। ତେଣୁ କୋଭିଡ୍‌ କଟକଣାରେ ନିର୍ବାଚନ ହେଉ ବୋଲି ବିଜେପି କହିଛି। ସେପଟେ ବିଜେଡି କହିଛି, କଣ ହେବ ସେନେଇ କଂଗ୍ରେସ ଆଗେ ଦଳ ଭିତରେ ନିଷ୍ପତ୍ତି ନେଉ। ନିର୍ବାଚନ କମିଶନରଙ୍କ ପାଖରେ ଦାବି ରଖୁ। ବିଜେଡି ଉପନିର୍ବାଚନରେ ରାଲି, ଶୋଭାଯାତ୍ରା ଓ ସଭା କରିବ ନାହିଁ ବୋଲି ଆଗରୁ ଘୋଷଣା କରିସାରିଛନ୍ତି ସୁପ୍ରିମୋ।

୧୬ତାରିଖରେ ହେବ ପିପିଲି ଉପନିର୍ବାଚନ। ଏନେଇ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି। ହେଲେ ନିର୍ବାଚନ ଘୁଞ୍ଚାଇବାକୁ ନେଇ ଦଳ ଭିତରେ ଭିନ୍ନ ମତ ନେଇ ଉଠିଛି ପ୍ରଶ୍ନ।

Latest Posts

Don't Miss