spot_img

Latest Posts

ଭତ୍ତା ଚଞ୍ଚତକାକୁ ନେଇ ବିଜେପି ସରକାରକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ବର: ଭତ୍ତା ଚଞ୍ଚତକାକୁ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ସେ ଅଭିଯୋଗ କରିଛନ୍ତି, ଭତ୍ତା ବ୍ୟବସ୍ଥାକୁ ବନ୍ଦ କରିଦେବାକୁ ଯୋଜନା ହେଉଛି। ୮୦ ବର୍ଷ ହେଲା ପରେ ହିଁ ଜଣକୁ ୩୫୦୦ ଟଙ୍କା ମିଳିବ। ଓଡ଼ିଶାର କେତେ ଜଣ ୮୦ ବର୍ଷର ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୟଦେବ। ସରକାର ବୋଧହୁଏ ଭତ୍ତା ଦେବାକୁ ଚାହୁଁ ନାହାନ୍ତି।

ସେହିପରି କେନ୍ଦୁଝର ଜିଲ୍ଲାର ସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜୟଦେବ। ଖଣି ଖାଦାନରେ କେନ୍ଦୁଝର ଜିଲ୍ଲା ଭରପୁର। ହେଲେ ୮୦ ପ୍ରତିଶତ ପରିବାର ରାସନ କାର୍ଡ ଉପରେ ନିର୍ଭର କରନ୍ତି। ୩ ଶହ କୋଟି ଟଙ୍କାରେ କେନ୍ଦୁଝର ଜିଲ୍ଲାରେ ମେଡିକାଲ କଲେଜ କରାଯାଇଛି। ୫୨ଜଣ ଡାକ୍ତର ରହିବା କଥା। କିନ୍ତୁ ଖାଲି ଅଛି ୨୩ଟି ପଦବୀ।ଆଦିବାସୀ, ଦଳିତଙ୍କ ଉପରେ ବଢ଼ି ଚାଲିଛି ଅତ୍ୟାଚାର। ଏହି ସରକାରର ଶହେ ଦିନରେ ଆଇନ ଶୃଙ୍ଖଳା ବିଗିଡ଼ି ଗଲାଣି ବୋଲି ଅଭିଯୋଗ କରିଛନ୍ତି ଜୟଦେବ।

Latest Posts

Don't Miss