ସୋନିଆଙ୍କୁ ପଞ୍ଜାବ କଂଗ୍ରେସ କମିଟି ଦେଲା ୪ ପୃଷ୍ଠାର ରିପୋର୍ଟ, ‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ବିଧାୟକ’

1 min read
Congress Committee To Resolve Punjab Feud Submitted Report To Sonia Gandhi

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ବିବାଦ । ବିବାଦର ସମାଧାନ ଲାଗି ଗଠନ କରାଯାଇଥିବା ୨ ଜଣିଆ କମିଟି ତାର ରିପୋର୍ଟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦେଇଛି । କମିଟି ଆଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ସହ ନବଜୋତ ସିଦ୍ଧୁ ଓ ଅନ୍ୟନେତା ଉପସ୍ଥିତ ହୋଇଥିଲେ । ଏବେ କମିଟି ତାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛି ।

ସୂତ୍ର ଅନୁସାରେ ରିପୋର୍ଟରେ ଏମିତି କିଛି କୁହାଯାଇଛି-

୧) କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂହଙ୍କ କାର୍ଯ୍ୟଶୈଳୀକୁ ନେଇ କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । ଦୀର୍ଘ ମାସ ହେଲା କ୍ୟାପ୍ଟେନ୍ କଂଗ୍ରେସର ବିଧାୟକ ଓ ନେତାଙ୍କ ସହ ମିଶୁ ନାହାଁନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିଛି ।

୨) କଂଗ୍ରେସ ବିଧାୟକ, ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ଲାଗି ତୁତନ୍ତ ସଂଗଠନରେ ପରିବର୍ତ୍ତନ କରାଯାଉ । ଦଳ ପାଇଁ କାର୍ଯ୍ୟ କରୁଥିବା ନେତାଙ୍କୁ ସ୍ଥାନ ଦିଆଯାଉ ।

୩) ଖାଲି ପଡ଼ିଥିବା ନିଗମ ଓ ବୋର୍ଡରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯାଉ ।

୪) ନବଜୋତ ସିଦ୍ଧୁଙ୍କୁ ଅସନ୍ତୋଷ ଦୂର ପାଇଁ କମିଟି ସୁପାରିସ୍ କରିଛି । ସିଦ୍ଧୁଙ୍କୁ ରାଜନୈତିକ ଭାବେ କିଛି ପଦ ସୋନିଆ ଗାନ୍ଧି ଦିଅନ୍ତୁ ।

୫) ସୂତ୍ର ଅନୁସାରେ, କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂହଙ୍କ ଅଧୀନରେ କାମ କରିବାକୁ ଚାହୁନାହାଁନ୍ତି ସିଦ୍ଧୁ ।

Leave a Reply