spot_img

Latest Posts

ବିଜେପି ଆତଙ୍କବାଦୀଙ୍କ ପାର୍ଟି : ମଲ୍ଲିକାର୍ଜୁନ ଖଡ଼ଗେ

ନନ୍ଦିଘୋଷ ବ୍ୟୁରୋ :  କଂଗ୍ରେସକୁ ଅର୍ବାନ ନକ୍ସଲଙ୍କ ଏକ ଗ୍ୟାଙ୍ଗ୍ ଚଳାଉଛନ୍ତି ବୋଲି ହୋଇଥିବା ଅଭିଯୋଗ ପ୍ରସଙ୍ଗ। ଜବାବ ରଖିଲେ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେ କହିଛନ୍ତି, ପ୍ରଗତିଶୀଳ ଲୋକଙ୍କୁ ଏବେ ଅର୍ବାନ ନକ୍ସଲ କୁହାଯାଉଛି। କଂଗ୍ରେସକୁ ଏପରି କହିବା ଏକ ଅଭ୍ୟାସ। ବିଜେପି ଆତଙ୍କବାଦୀଙ୍କ ପାର୍ଟି। ଲୋକଙ୍କୁ ସେମାନେ ପିଟି  ପିଟି ମାରି ଦିଅନ୍ତି। ଦଳିତଙ୍କ ଉପରେ ପରିସ୍ରା କରନ୍ତି। ଆଦିବାସୀଙ୍କ ଉପରେ ଅତ୍ୟାଚାର କରନ୍ତି, ଦୁଷ୍କର୍ମ କରନ୍ତି। ଏପରି କାମ କରୁଥିବା ଲୋକଙ୍କୁ ସମର୍ଥନ କରନ୍ତି। କିନ୍ତୁ ଅନ୍ୟମାନଙ୍କୁ ଦାୟୀ କରି ନିନ୍ଦା କରନ୍ତି। ଖଡ଼ଗେ କହିଛନ୍ତି, କଂଗ୍ରେସକୁ ସମାଲୋଚନା କରିବାର ଅଧିକାର କାହାର ନାହିଁ। ଯେଉଁଠି ବିଜେପି ସରକାର ଅଛି, ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର କରାଯାଉଛି।

Latest Posts

Don't Miss