ଏଆଇସିସି ସଭାପତି ନିର୍ବାଚନ ରେସ୍, ଆଜି ବିଜ୍ଞପ୍ତି ଜାରି କରିବ କଂଗ୍ରେସ

ନୂଆଦିଲ୍ଲୀ: ଏଆଇସିସି ସଭାପତି ନିର୍ବାଚନ ରେସ୍ । ଆଜି କଂଗ୍ରେସ ପକ୍ଷରୁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ବିଜ୍ଞପ୍ତି ଜାରି ପରେ ଆସନ୍ତା ୨୪ରୁ ୩୦ ତାରିଖ ଯାଏ ଚାଲିବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ୧ ଅକ୍ଟୋବରରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୮ ଅକ୍ଟୋବର ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ରଖାଯାଇଥିବା ବେଳେ, ୧୭ ଅକ୍ଟୋବରରେ ହେବ ନିର୍ବାଚନ । ୧୯ ଅକ୍ଟୋବରରେ ଘୋଷିତ ହେବ ଫଳାଫଳ । ସେପଟେ କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ଯକ୍ଷ ତାହାକୁ ନେଇ ଜାରି ରହିଛି ସସପେନ୍ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସର୍ବାଗ୍ରେ ଥିବା ବେଳେ, ଦିଗବିଜୟ ସିଂ ବି ନିର୍ବାଚନ ଲଢିବା ନେଇ ମିଳିଛି ସୂଚନା । ପ୍ରଥମେ ଶଶୀ ଥରୁର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କଠାରୁ ଗ୍ରୀନ ସିଗନାଲ ପାଇଥିବା ଚର୍ଚ୍ଚା ହୋଇଥିଲେ । ତେଣେ ସଚିନ ପାଇଲଟଙ୍କ ସ୍ଥିତି କୁଆଡକୁ ଯାଉଛି ତାହାକୁ ନେଇ ବଢୁଛି ସସପେନ୍ସ । ବର୍ତ୍ତମାନର ରାଜନୀତି କହୁଛି ଯୁବନେତା ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ନାହାନ୍ତି ଗେହଲଟ ।