spot_img

Latest Posts

କେନ୍ଦ୍ରର ବିଜେପି ସରକାରକୁ କଂଗ୍ରେସ ପ୍ରାର୍ଥୀଙ୍କ ଟାର୍ଗେଟ୍

ରାଉରକେଲା: ରାଉରକେଲାରେ କଂଗ୍ରେସ ବିଧାନସଭା ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କ ପ୍ରଚାର। କେନ୍ଦ୍ରକୁ ତୀବ୍ର ଭାବେ ସମାଲୋଚନା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ।କେନ୍ଦ୍ରର ଵିଜେପି ସରକାର ବାରମ୍ବାର ରାଉରକେଲା ସହରବାସୀଙ୍କୁ ଠକିଥିବା ସେ ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରିନାହାନ୍ତି। ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ କେନ୍ଦ୍ରର ଵିଜେପି ସରକାର ଲୋକଙ୍କୁ ଠକିଥିବା ଅଭିଯୋଗ କରିଛି କଂଗ୍ରେସ। ବିଦେଶରୁ କଳାଧନ ଆଣି ସମସ୍ତଙ୍କ ବ୍ୟାଙ୍କ ଏକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କହି ଠକିଛି। ରାଉରକେଲାରେ ମେଡିକାଲ କଲେଜ କରିବାକୁ କହି ବର୍ତ୍ତମାନ ଯାଏ କରିନାହାନ୍ତି। ରାଉରକେଲାକୁ ରେଲୱେ ଡିଭିଜନ କରିବା,  ରାଉରକେଲା ବିମାନବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଦୈନିକ ବିମାନ ଚଳାଚଳ ଭଳି ବିଷୟଙ୍କୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ। ପାନପୋଷରେ ପ୍ରଚାର ଅବସରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରି କେନ୍ଦ୍ରକୁ ଟାର୍ଗେଟ କରିଥିଲେ।

 

Latest Posts

Don't Miss