ନାଥୁରାମ ଗଡ଼ସେଙ୍କ ପ୍ରତିମା ଭାଙ୍ଗିଲା କଂଗ୍ରେସ

ଗୁଜୁରାଟ : ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କ ପ୍ରତିମା ସ୍ଥାପନକୁ ନେଇ ଗୁଜୁରାଟରେ ବିବାଦ ଉପୁଜିଛି । ଗତ ସୋମବାର ହିନ୍ଦୁସେନା ତରଫରୁ ନାଥୁରାମଙ୍କର ଏକ ପ୍ରତିମା ପ୍ରତିଷ୍ଠା କରାଯାଇଥିଲା, ଯାହାକୁ ଆଜି ସକାଳେ କଂଗ୍ରେସ କାର୍ଯ୍ୟକର୍ତ୍ତା ଭାଙ୍ଗିଦେଇଥିବା ଜଣାପଡ଼ିଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାରେ ନାଥୁରାମ ଗଡ଼ସେଙ୍କୁ ୧୦ ଫେବୃଆରୀ ୧୯୪୯ ମସିହାରେ ଫାଶି ଦଣ୍ଡାଦେଶ ଶୁଣାଯାଇଥିଲା । ଯାହା ପରେ ୧୫ ନଭେମ୍ବର ୧୯୪୯ରେ ନାଥୁରାମ ଗଡ଼ସେଙ୍କୁ ଫାଶି ଦିଆଯାଇଥିଲା । ଏହି ଅବସରରେ ଗୁଜୁରାଟର ଜାମନଗରଠାରେ ଗଡ଼ସେଙ୍କ ପ୍ରତିମାକୁ ସ୍ଥାପନ କରାଯାଇଥିଲା ।

 

ହିନ୍ଦୁସ୍ଥାନ ସେନା ଅଗଷ୍ଟ ୮ରେ ନାଥୁରାମ ଗଡ଼ସେଙ୍କ ପ୍ରତିମା ସ୍ଥାପନ ନେଇ ଘୋଷଣା କରିଥିଲେ । ସ୍ଥାନୀୟ ପ୍ରଶାସନ ଦ୍ୱାରା ମୂର୍ତ୍ତି ଲଗାଇବାର ଅନୁମତି ନ ମିଳିବାରୁ ଜାମନଗରର ହନୁମାନ ଆଶ୍ରମରେ ଏହି ମୂର୍ତ୍ତି ସ୍ଥାପନ କରାଯାଇଥିଲା । ଦେଶର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀର ପ୍ରତିମା ସ୍ଥାପନ ଦେଖି ଆଜି ସକାଳେ କଂଗ୍ରେସ ନେତା ହନୁମାନ ଆଶ୍ରମରେ ପହଁଞ୍ଚି ଗଡ଼ସେର ପ୍ରତିମାକୁ ଭାଙ୍ଗିଦେଇଥିଲେ । ଜାମନଗର କଂଗ୍ରେସ ଅଧ୍ୟକ୍ଷ ଦିଗୁଭା ଜାଡ଼େଜା ତାଙ୍କ ସହଯୋଗୀ ଏହି ମୂର୍ତ୍ତି ଭାଙ୍ଗିଥିବା ଜଣାପଡ଼ିଛି ।

Leave a Reply