ବିଜେପିର ଅଭିଯୋଗ- ଭାରତ ଯୋଡ଼ୋ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା, କଂଗ୍ରେସ କହିଲା ବଦନାମ କରିବାକୁ ଷଡ଼ଯନ୍ତ୍ର
1 min readଭୋପାଳ: ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ବିବାଦ ଦେଖା ଦେଇଛି । ବିଜେପି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସକୁ ଭର୍ତ୍ସନା କରିଛି । ବିଜେପି ଅଭିଯୋଗ କରିଛି ଯେ, ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହାର ପାଲଟା ଜବାବ ଦେଇଛି । କଂଗ୍ରେସ କହିଛି ଭାରତ ଯୋଡ ଯାତ୍ରାର ସଫଳତା ଦେଖି ବିଜେପି ଭୟଭୀତ ହୋଇଛି । କଂଗ୍ରେସକୁ ବଦନାମ କରିବାକୁ ମିଛ ଭିଡିଓ ଜାରି କରିଛି ।
After Richa Chaddha’s public application to join Rahul Gandhi’s Bharat “Jodo” Yatra, “Pakistan Zindabad” (listen towards the end of the video) slogans raised in Khargon.
INC MP posted the video and then deleted it after the faux pas came to light.
This is Congress’s truth… pic.twitter.com/ZkVEkd4pCf
— Amit Malviya (मोदी का परिवार) (@amitmalviya) November 25, 2022
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିବା ଲୋକଙ୍କୁ କୌଣସି ବି ସ୍ଥିତିରେ ଛଡ଼ାଯିବ ନାହିଁ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଶିବରାଜଙ୍କ ବ୍ୟତୀତ ବିଜେପିର ଅନେକ ନେତା ସାମାଜିକ ଗଣାଧ୍ୟମରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ମଧ୍ୟପ୍ରଦେଶରେ ଶୁକ୍ରବାର ତୃତୀୟ ଦିନ ଥିଲା । ଯାତ୍ରା ଖରଗୋନ ଜିଲ୍ଲା ଦେଇ ଯାଉଛି ।
ଏଥିରେ ପ୍ରିୟଙ୍କା ଗାନ୍ଧି, ତାଙ୍କ ସ୍ୱାମୀ ରବର୍ଟ ବାଡ୍ରା, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଦିଗବିଜୟ ସିଂହ ସମେତ ଅନେକ ବରିଷ୍ଠ ନେତା ସାମିଲ ଅଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି ଲେଖିଛନ୍ତି ଭାରତ ଯୋଡୋ ଯାତ୍ରାକୁ ମିଳିଥିବା ସମର୍ଥନକୁ ନେଇ ବିଜେପି ବିଚଳିତ ହୋଇଛି । କଂଗ୍ରେସକୁ ବଦନାମ କରିବାକୁ ଭିଡିଓ ଏଡିଟ କରି ଚଲାଉଛି । ଆମେ ଏହା ବିରୋଧରେ ଆଇନର ଆଶ୍ରୟ ନେବୁ । କଡ଼ା ଜବାବ ଦିଆଯିବ ।
People Chanted 'Congress party Zindabad'
BJP IT cell edited it to 'Pakistan Zindabad' to defame Congress
Shame on #BJP pic.twitter.com/xPqFRHHC0s
— Deepak Khatri (@Deepakkhatri812) November 25, 2022
ସେପଟେ ବିଜେପିର ମଧ୍ୟପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା କହିଛନ୍ତି, ଖରଗୋନରେ ରାହୁଲ ଗାନ୍ଧିଙ୍କ ବାରତ ଯୋଡୋ ଯାତ୍ରାରେ ଖୁଲମ ଖୁଲା ପାକିସ୍ତାନ ଜିନ୍ଦାବାଦ ନାରା ଦ୍ୱାରା କଂଗ୍ରେସର ଦେଶ ଭାଙ୍ଗିବା ମାନସିକତା ପୁଣିଥରେ ଉଜାଗର ହୋଇଛି । ଏହା ଲଗାତାର ପ୍ରମାଣିତ ହୋଇଛି । ଏହା ବାରମ୍ବାର ପ୍ରମାଣିତ ହେଉଛି କି ଏହା ଭାରତ ତୋଡୋ ଯାତ୍ରା ଅଟେ । ଏହି ନିନ୍ଦନୀୟ କୃତ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ଦେଶକୁ କ୍ଷମା ମାଗିବା ଆବଶ୍ୟକ ।
ତେବେ ବିଜେପି ପୋଷ୍ଟ କରିଥିବା ଭିଡିଓ ଟି କେତେ ସତ କେତେ ମିଛ ସେନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ଗୋଟିଏ ପଟେ ପାକିସ୍ତାନ ଜିନ୍ଦାବାଦର ନାରା ଲାଗୁଥିବା ଭିଡିଓ ବିଜେପି ପୋଷ୍ଟ କରିଥିବା ବେଳେ କଂଗ୍ରେସ ଜବାବରେ ଆଉ ଏକ ଭିଡିଓ ପୋଷ୍ଟ କରିଛି । କଂଗ୍ରେସ ପୋଷ୍ଟ କରିଥିବା ଭିଡିଓରେ ରାହୁଲ ଗାନ୍ଧି ଜିନ୍ଦାବାଦ ଓ କଂଗ୍ରେସ ଜିନ୍ଦାବାଦ ଅଡିଓ ଶୁଣାଯାଉଛି । ହେଲେ ବିଜେପି ଓ କଂଗ୍ରେସ ପୋଷ୍ଟ କରିଥିବା ଭିଡିଓ ସମାନ ରହିଛି କେବଳ ଅଡିଓ ପାର୍ଥକ୍ୟ ରହିଛି । ଏହାର ଯାଞ୍ଚ ପରେ ଜଣାପଡ଼ିବ କେଉଁଟି ସତ ଆଉ କେଉଁଟି ମିଛ ।