spot_img

Latest Posts

ବିଜେପିକୁ କଂଗ୍ରେସର ଚ୍ୟାଲେଞ୍ଜ,ସାହସ ଅଛି ତ’ ରାହୁଲଙ୍କୁ ଗିରଫ କର

ଆସାମ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆଜି ଭାରତ ଯୋଡ ନ୍ୟାୟ ଯାତ୍ରା ଆସାମ ଧୁବ୍ରୀରୁ ଆରମ୍ଭ ହୋଇଛି । ଆସାମରେ ଏହି ଯାତ୍ରାର ଆଜି ଶେଷ ଦିନ । ଗୌହାଟୀରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ପୋଲିସର ସଂଘର୍ଷ ଓ ରାହୁଲ ଗାନ୍ଧୀଙ୍କ ଏଫଆଇଆରକୁ ନେଇ ବର୍ଷିଛି କଂଗ୍ରେସ । କଂଗ୍ରେସ ସାଂସଦ ଅବଦୁଲ ଖାଲେକ କହିଛନ୍ତି, ଯଦି ସେ(ହିମନ୍ତ ବିଶ୍ବ ସରମା) ସାହାସ କରନ୍ତି, ତାହା ହେଲେ ଗିରଫ କରି ଦେଖାନ୍ତୁ । ଏବେ ଗିରଫ କରନ୍ତୁ । ଲେକାସଭା ନିର୍ବାଚନ ପରେ କାହିଁକି? ସେ ତାଙ୍କ ସୁବିଧା ପାଇଁ ପୋଲିସକୁ ବ୍ୟବହାର କରୁଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି, ତାଙ୍କୁ ମାମଲା ଦାଏର କରିବାକୁ ଦିଆଯାଉ । ଆମେ ଆମ ଯାତ୍ରା ଜାରି ରଖିବା । ଧର୍ମ ଏବଂ ଭାଷା ଆଧାରରେ ସେମାନେ ଦେଶକୁ ଭାଗ କରନ୍ତୁ । ଆମେ ଭାରତ ଯୋଡୋ ନ୍ୟାୟ ଯାତ୍ରା ମାଧ୍ୟମରେ ଦେଶକୁ ଏକାଠି କରିବା ଜାରି ରଖିବା | ସେ (ଆସାମ ମୁଖ୍ୟମନ୍ତ୍ରୀ) ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଏବଂ ସେ ମଧ୍ୟ ଏହା କହିବେ ବୋଲି ଆଶା କରାଯାଉଛି।

ଭରତ ଯୋଡୋ ନ୍ୟାୟ ଯାତ୍ରାର ସମୟରେ ରାହୁଲ ଗାନ୍ଧୀ ଧୁବ୍ରୀର ହାଲାକୁରା ଗାଁର ଏକ ଚା’ ଦୋକାନରେ ଅଟକି ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଦଳର ନେତାଙ୍କ ସହ ଭବିଷ୍ୟତର ରଣନୀତି କରୁଥିବା ଦେଖିବାକୁ ମିଳିଥିଲା ।

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଆସାମକୁ ଅସ୍ଥିର କରିବା ସେମାନଙ୍କର ଲକ୍ଷ୍ୟ। ଏବେ ସେ ଧୁବ୍ରୀରେ ନ୍ୟାୟ ଯାତ୍ରା ବାହାର କରିବାକୁ ଚାହୁଁଛନ୍ତି  । ସେଥିରେ ମୋର କୌଣସି ଆପତ୍ତି ନାହିଁ  । ଲୋକସଭା ନିର୍ବାଚନ ପରେ ଆମେ ତାଙ୍କୁ ଗିରଫ କରିବୁ । ଯଦି ଆମେ ସେମାନଙ୍କୁ ପ୍ରଥମେ ଗିରଫ କରିବା ତେବେ ଏହା ରାଜନୀତିକରଣ ହେବ  । ଏକ ମାମଲା ରୁଜୁ ହୋଇଛି ଏବଂ ଏସଆଇଟି ଏହାର ତଦନ୍ତ କରିବ । ଆମ ପାଖରେ ପ୍ରମାଣ ଅଛି  । ଗତକାଲିର ଘଟଣା ବହୁତ ବଡ ଥିଲା ଏବଂ ଗୁଆହାଟୀରେ କିଛି ବି ହୋଇପାରିଥାନ୍ତା  । ଲୋକସଭା ନିର୍ବାଚନ ପୂର୍ବରୁ ଆମେ ରାଜନୀତି କରିବାକୁ ଚାହୁଁନାହୁଁ କାରଣ ଆମେ ନିର୍ବାଚନ ଜିତିବାକୁ ଯାଉଛୁ।

Latest Posts

Don't Miss