ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା: କହିଲେ, ତଥ୍ୟ ହଟାଇଲେ ସତ ବଦଳିବନି
1 min readଲଦାଖ: ବାସ୍ତବିକ ନିୟନ୍ତ୍ରଣ ରେଖାରେ ଘଟିଥିବା ଗତିବିଧିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା । ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ କହିଛନ୍ତି, ଭୁଲି ଯାଅନ୍ତୁ ଯେ, ଆମେ ଚୀନର ମୁକାବିଲା କରିବା, ପ୍ରଧାନମନ୍ତ୍ରୀଙ୍କ ସତ୍ସାହାତ ନାହିଁ ସେ ଚୀନର ନାଁ ବି ନେଇପାରିବେ ।
चीन का सामना करना तो दूर की बात, भारत के प्रधानमंत्री में उनका नाम तक लेने का साहस नहीं है।
इस बात से इनकार करना कि चीन हमारी मातृभूमि पर है और वेबसाइट से दस्तावेज़ हटाने से तथ्य नहीं बदलेंगे।
— Rahul Gandhi (@RahulGandhi) August 6, 2020
ରାହୁଲ ଗାନ୍ଧୀ ଏକ ଟ୍ୱିଟକୁ ସେୟାର କରିଛନ୍ତି । ଯେଉଁଥିରେ ଚୀନ ସୀମା ଅତିକ୍ରମ କରୁଥିବା କଥାକୁ ସ୍ୱୀକାର କରୁଥିବା କାଗଜପତ୍ରକୁ ପ୍ରତିରକ୍ଷା ମନ୍ତ୍ରାଳୟର ଓ୍ୱେବସାଇଟରୁ ହଟାଇଦିଆଯାଇଥିବା କୁହାଯାଇଛି । ସୂଚନା ଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ନିଜ ଓ୍ୱେବସାଇଟରେ ଏକ ଡକୁମେଣ୍ଟ ଅପଲୋଡ୍ କରିଥିଲେ । ଯେଉଁଥିରେ କୁହାଯାଇଥିଲା କି, ବହୁ ଅଞ୍ଚଳରେ ଚୀନ ସେନାର ଅନୁପ୍ରବେଶ ବଢ଼ିଛି । ଡକ୍ୟୁମେଣ୍ଟରେ ରକ୍ଷାମନ୍ତ୍ରାଳୟ ସ୍ୱୀକାର କରିଥିଲା ଯେ, ମଇ ମାସରେ ଚୀନ ଲଗାତାର ଏଲ୍ଏସିରେ ସୀମା ଅତିକ୍ରମ କରିଥିଲା । କିନ୍ତୁ ପରେ ରକ୍ଷାମନ୍ତ୍ରାଳୟ ଏହି ଡକ୍ୟୁମେଣ୍ଟକୁ ନିଜ ଓ୍ୱେବସାଇଟରୁ ହଟାଇଦେଇଛି ।
ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି ରକ୍ଷା ମନ୍ତ୍ରାଳୟ
ଏହି ଘଟଣାକୁ ନେଇ କଂଗ୍ରେସ ନେତା ଅଜୟ ମାକନ୍ ସାମ୍ୱାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ, ଚୀନ ସେନା ଆମ ସୀମା ଅତିକ୍ରମ କରିଛି । ଆମ ସେନା ଏଲ୍ଏସିରେ ଲଢ଼େଇ କରୁଛି । କିନ୍ତୁ ସରକାରଙ୍କ ବୟାନ ବିଭ୍ରାନ୍ତିକର । ଆଇଟିବିପି ପଛକୁ ହଟୁଛି, କିନ୍ତୁ ଚୀନ ସେନା ମଧ୍ୟ ପଛକୁ ହଟୁନି ।
ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ଆମ ସୀମା ମଧ୍ୟକୁ କେହି ବି ପଶିନାହାନ୍ତି । କେହିଁ ବି ଆମ ଜମିକୁ ଅକ୍ତିଆର କରିନାହାନ୍ତି । କିନ୍ତୁ ରକ୍ଷା ମନ୍ତ୍ରାଳୟ ନିଜ ଓ୍ୱେବସାଇଟ୍ରେ ଜୁନ୍ରେ ହୋଇଥିବା ଗତିବିଧି ନେଇ ସୂଚନା ଦେଇଛି । ପରେ ତାକୁ ହଟାଇଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ କ’ଣ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି କି?
ଶ୍ରୀ ମାକନ୍ ଆହୁରୀ କହିଛନ୍ତି ଯେ, ଆମେ ଚାହୁଁଛୁ ସରକାର ନିଜ ଯୋଜନା ସମ୍ପର୍କରେ ଅବଗତ କରାନ୍ତୁ । ଯଦି ଅନୁପ୍ରବେଶ ଜାରି ରହିବ ତାକୁ ନେଇ ଆମର କ’ଣ ପ୍ରସ୍ତୁତି ରହିଛି । ସରକାର ଏ ନେଇ ଅବଗତ କରାନ୍ତୁ । ଏଥିସହିତ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଦାବି କରାଯାଇଛି ।