ମଧ୍ୟପ୍ରଦେଶ କଂଗ୍ରେସରେ ବଡ଼ ପରିବର୍ତ୍ତନ: କମଲନାଥଙ୍କ ସ୍ଥାନରେ ଜିତୁଙ୍କୁ ସଭାପତି ଦାୟିତ୍ବ

ଭୋପାଲ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ । କମଲନାଥଙ୍କ ହାତରୁ ଗଲା ରାଜ୍ୟ ସଭାପତି ପଦ । କମଲନାଥଙ୍କୁ ହଟାଇ ଜିତୁ ପାଟଓ୍ବାରୀଙ୍କୁ ନୂଆ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି ।

ସେହିପରି ଉମଙ୍ଗ ସିଂହାରଙ୍କୁ ବିରୋଧୀ ଦଳ ନେତା ଓ ହେମନ୍ତ କଟାରେଙ୍କୁ ବିରୋଧୀ ଦଳ ଉପନେତା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଗୋବିନ୍ଦ ସିଂହ ବିରୋଧୀ ଦଳ ନେତା ଥିଲେ । ଉଭୟ ପଟୱାରୀ ଓ ଉମଙ୍ଗ କଂଗ୍ରେସର ବରିଷ୍ଠ ନେତା କମଲନାଥ ଓ ଦିଗବିଜୟ ସିଂହଙ୍କ ପ୍ରତିଦ୍ୱନ୍ଦ୍ୱୀ ଶିବିରରୁ ଆସିଛନ୍ତି । ମଧ୍ୟପ୍ରଦେଶ ନିର୍ବାଚନରେ ପରାଜୟ ପରେ ଦଳ ଏକ ବଡ଼ ପରିବର୍ତ୍ତନ କରିବ ବୋଲି ଚର୍ଚ୍ଚା ହେଉଥିଲା । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୬୬ଟି ଆସନରେ ଜିତିବାକୁ ସକ୍ଷମ ହୋଇଥିଲା ।

କୁହାଯାଉଛି ବିଜେପି ଭଳି କଂଗ୍ରେସ ବି ଜାତିକୁ ନେଇ ଗୋଟି ଚାଳନା କରିଛି । ଅନ୍ୟ ପଛୁଆ ବର୍ଗରୁ ଆସନ୍ତି ଜିତୁ । ଉମଙ୍ଗ ସିନ୍ଧାର ଆଦିବାସୀ ସମାଗରୁ ଆସିଥିବା ବେଳେ ହେମନ୍ତ ବ୍ରାହ୍ମଣ ସମାଜରୁ ଆସିଛନ୍ତି ।