କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ କାହିଁକି ଅଲଗା କରିବା ପାଇଁ ଚାହୁଁଛନ୍ତି କେଜ୍ରିଓ୍ବାଲ ? ଜାଣନ୍ତୁ କିଛି ପ୍ରମୁଖ କାରଣ
1 min readନନ୍ଦିଘୋଷ ବ୍ୟୁରୋ: ଆସନ୍ତାବର୍ଷ ଦିଲ୍ଲୀରେ ହେବାକୁ ଯାଉଛି ନିର୍ବାଚନ । ଏହା ପୂର୍ବରୁ କିନ୍ତୁ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଲାଣି । କଂଗ୍ରେସଠାରୁ ଦୂରତା ରଖିବା ଆରମ୍ଭ କରିଛି ଆପ । ଲୋକସଭା ନିର୍ବାଚନ ଫଳାଫଳ ପରଠାରୁ ଆପ ଧିରେ ଧିରେ କଂଗ୍ରେସଠାରୁ ଦୂରେଇ ଯାଉଛି । ଏପରିକି ଦିଲ୍ଲୀ ନିର୍ବାଚନରେ ଏକାକି ଲଢ଼ିବା ପାଇଁ ଘୋଷଣା କରିଛି ଆପ୍ । ଆଉ ଏବେ କେଜ୍ରିଓ୍ବାଲ ସିଧା ସିଧା କଂଗ୍ରେସକୁ ଚେତାବନୀ ଦେଇଛି । କହିଛନ୍ତି କି, ଦିଲ୍ଲୀର କଂଗ୍ରେସ ନେତାଙ୍କୁ ଚେତାବନୀ ଦେଇଛନ୍ତି । ଯଦି ହେବ ତାହେଲେ ସେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ ଅଲଗା କରିବା ପାଇଁ ଅନ୍ୟ ଦଳର ନେତାଙ୍କ ସହ କଥାହେବେ । ତେବେ କାହିଁକି କଂଗ୍ରେସକୁ ଅଲଗା କରିବା ପାଇଁ ଚାହୁଁଛନ୍ତି କେଜ୍ରିଓ୍ବାଲ ।
୨୦୧୩ରେ ଆପ ସହ କଂଗ୍ରେସ ମେଣ୍ଟ ସରକାର ଦିଲ୍ଲୀରେ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଆପ ନିଜର ପ୍ରାଧାନ୍ୟ ବିସ୍ତାର କରିବା ସହ କଂଗ୍ରେସ ତାଙ୍କ ପାଇଁ ବୋଝ ଭଳି ହୋଇ ଯାଇଛି । ଏକାକି ସରକାର ଗଠନ କରିଥିବା ଆପ ଏବେ ମେଣ୍ଟ କରିବା କଥା ମନା କରିବା ପରେ କଂଗ୍ରେସ ନେତାମାନେ ଲଗାତାର ଆପକୁ ଟାର୍ଗେଟ କରୁଛନ୍ତି । ସରକାରଙ୍କୁ କଟାକ୍ଷ କରୁଥିବାବେଳେ ଆପ ଏହାକୁ ବିରୋଧ କରୁଛି । କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି କି, ୨୦୧୩ ନିର୍ବାଚନରେ ଆପକୁ ସମର୍ଥନ କରିବା ଆମର ବଡ଼ ଭୁଲ୍ ଥିଲା । ଏଭଳି ପ୍ରତିକ୍ରିୟା ପରେ ଏବେ ଦିଲ୍ଲୀ ରାଜନୀତି ବେଶ ସରଗରମ ହେବାରେ ଲାଗିଛି ।
କଂଗ୍ରେସ ଦିଲ୍ଲୀରେ ପୁଣିଥରେ ଦବଦବା ହାଜିର କରିବା ପାଇଁ ପୁଣିଥରେ ଜୋରଦାର ପ୍ରୟାସ ଆରମ୍ଭ କରିଛି । ଯେଉଁ କାରଣରୁ ଏଠାରେ ନିଜ ଦଳର ପୁରୁଣା ଲୋକଙ୍କୁ ଟିକେଟ ଦେବା ଆରମ୍ଭ କରିଛି । କେଜ୍ରିଓ୍ବାଲଙ୍କ ବିରୋଧରେ ସିଲା ଦିକ୍ଷିତଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି । ଏଭଳି ଭାବେ ସଂଗଠନକୁ ଦୃଢ଼ କରିବା ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଯାହାକି ଆପ ପାଇଁ କଣ୍ଟା ହୋଇଛି । ବିଜେପିକୁ ନିଜର ପ୍ରତିଦ୍ବନ୍ଦି ଭାବୁଥିବା ଆପ ପାଇଁ ଏବେ କଂଗ୍ରେସ ବଡ଼ ଅସୁବିଧାର କାରଣ ଭାବେ ମଧ୍ୟ ଉଭା ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା । ଯାହାକୁ ନେଇ କେଜ୍ରିଓ୍ବାଲ ଏବେ କଂଗ୍ରେସକୁ ଚେତାବନୀ ଦେଇଛନ୍ତି ।
ମୁସଲମାନ ଏବଂ ଦଳିତଙ୍କ ଭୋଟ୍ ଦିଲ୍ଲୀ ରାଜନୀତିରେ ବେଶ ପ୍ରଭାବ ପକାଇଥାଏ । କାରଣ ୩୦ ପ୍ରତିଶତ କେବଳ ଏହି ଦୁଇ ସମ୍ପ୍ରଦାୟର ରହିଛି । ୨୦୨୦ ଉତ୍ତରପୂର୍ବ ଦିଲ୍ଲୀର ଦଙ୍ଗା ପରେ ଏହି ଭୋଟ ଆପ ବିପକ୍ଷରେ ଯିବ ବୋଲି ଆଶା କରାଯାଉଛି । ତେବେ କଂଗ୍ରେସ ଏହାର ଫାଇଦା ଉଠାଇବ ବୋଲି ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ-ଆପ ବିବାଦ ମଧ୍ୟରେ ବିଜେପିର ଫାଇଦା ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।