ବିଜେଡିରେ ମିଶିଲେ କଂଗ୍ରେସ ଓ ସିପିଆଇ ନେତା

ଭୁବନେଶ୍ୱର: ବଢ଼ୁଛି ବିଜୁ ଜନତା ଦଳର ଲୋକପ୍ରିୟତା । ଦୁର୍ବଳ ହେଉଛି ବିରୋଧୀଙ୍କ କ୍ୟାମ୍ପ । ପ୍ରତିଦିନ ବିଜେଡି, ବିଜେପି ସମେତ ଅନେକ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ଏହି କ୍ରମରେ ବିଜେଡିରେ ମିଶିଲେ କଂଗ୍ରେସ ନେତା ତଥା ଆଳି ସାନମଙ୍ଗ ସରପଞ୍ଚ ପ୍ରୀତି ରଞ୍ଜନ ରାୟ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରୀତିରଞ୍ଜନ ରାୟ ତାଙ୍କର ୭୦ ଜଣ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଆଜି ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ନିଜ ପଞ୍ଚାୟତର ଉନ୍ନତି ଲାଗି ସେମାନେ ବିଜେଡିରେ ସାମିଲ ହୋଇଥିବା ପ୍ରୀତି ରଞ୍ଜନ ରାୟ କହିଛନ୍ତି ।

ସେହିପରି ଶ୍ରମିକ ନେତା ତଥା ସିପିଆଇ ନେତା ନବ ମହାନ୍ତି ବିଜେଡିରେ ଯୋଗଦେଇଛନ୍ତି । ୪୨ଟି ସଂଗଠନର କର୍ମକର୍ତ୍ତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସୁବାସ ସିଂଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁବାସ ସିଂ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।

 

 

Leave a Reply