ଭୁବନେଶ୍ବରରେ ହୋଲି କଟକଣା: ବାହାରେ ଖେଳିବା ମନା, କେବଳ ଘରେ ହୋଲି ପାଳନ

ଭୁବନେଶ୍ବର: ରାଜଧାନୀରେ ହୋଲି ପାଳନ ଉପରେ କଟକଣା । କଡାକଡି ଭାବେ ପାଳନ କରାଯିବ ରାଜ୍ୟ ସରକାରଙ୍କ ହୋଲି ଗାଇଡଲାଇନ୍ । ବିଏମସି କମିସନରଙ୍କ ସୂଚନା ମୁତାବକ ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ରହିବ । ସର୍ବସାଧାରଣରେ ହୋଲି ଖେଳିବା ଉପରେ ରୋକ ଲଗାଯିବ । ସେପଟେ କେବଳ ନିଜ ପରିବାର ସଦସ୍ୟଙ୍କ ସହ ଘରେ ହୋଲି ଖେଳିପାରିବେ ବୋଲି କହିଛନ୍ତି କମିଶନର।

ସେହିପରି ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ । ଦୋଳ ଯାତ୍ରାରେ ପ୍ରତ୍ୟେକ ବିମାନ ସହ ସର୍ବାଧିକ 5ରୁ6 ଜଣଙ୍କୁ ଯିବାକୁ ଅନୁମତି ମିଳିବ । ମେଳଣ ସ୍ଥାନରେ ଏକାସାଙ୍ଗରେ ନୁହଁ ବରଂ ପର୍ଯ୍ୟାୟ କ୍ରମେ ଆସିବ ବିମାନ । ମେଳନରେ ମଧ୍ୟ ସର୍ବାଧିକ 50ରୁ60ଜଣଙ୍କୁ ଅନୁମତି ଦିଆଯିବ । ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

Leave a Reply