ମାଲିକ ମହାସଂଘ ଓ କଳାକାର ମହାସଂଘ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ଅଗ୍ରୀମ ଟଙ୍କା ଫେରାଇବାକୁ କହିଲେ ମାଲିକ

ଭୁବନେଶ୍ୱର: ଲକଡାଉନରେ ପେଣ୍ଡାଲ ବାହରେ ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ ବାଦି ପାଲା। ମୁହାଁମୁହିଁ ପରିସ୍ଥିତିରେ ଯାତ୍ରା ପାର୍ଟି ମାଲିକ ମହାସଂଘ ଓ କଳାକାର ମହାସଂଘ । କଳାକାରଙ୍କ ବିରୋଧରେ ମୁହଁ ଖୋଲିଲା ଯାତ୍ରା ପାର୍ଟି ମାଲିକ ମହାସଂଘ । କଳାକାରଙ୍କ ବିରୋଧରେ ଏକଜୁଟ ହେଲେ ୧୭ଟି ଯାତ୍ରା ପାର୍ଟିର ମାଲିକ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଯାତ୍ରା ବନ୍ଦ ଘୋଷଣା କଲା ଯାତ୍ରା ପାର୍ଟି ମାଲିକ ସଂଘ । କଳାକାରଙ୍କୁ ଅଗ୍ରୀମ ଟଙ୍କା ଫେରାବାଇକୁ ଦାବି କଲା ସଂଘ । କଳାକାର ଆଣିଥିବା ଅଭିଯୋଗକୁ ମିଥ୍ୟ। କହିଲା ସଂଘ । ବର୍ଷ ଆରମ୍ଭରୁ ନାଟକ ପରିବେଷଣ ହୋଇଥିବା କିଛି ମାସର ପ୍ରାପ୍ୟ ଦିଆଯାଇଛି । ଯେଉଁମାନେ ବେଶୀ ଦରମା ପାଉଛନ୍ତି ସେହି କଳାକାର ମାନେ ହିଁ ଅଭିଯୋଗ କରୁଛନ୍ତି ।
ଲସ୍ ସହିଲେ ବି ଯାତ୍ରା ଆରମ୍ଭ କରିବୁ ନାହିଁ । ଆମେ ସରକାରଙ୍କ ନିଷ୍ପତ୍ତି ଓ ନିୟମକୁ ପାଳନ କରିବୁ, ବିରୋଧରେ ଯିବୁ ନାହିଁ । କିଛି କଳାକାରଙ୍କ ଲାଗି ସାଢେ ୪ କୋଟି ଲୋକଙ୍କୁ ଜୀବନକୁ ବିପଦରେ ପକାଇବାକୁ ନାହିଁ । ସରକାର ଯେ ପର୍ଯ୍ୟନ୍ତା ଯାତ୍ରା ପାର୍ଟି ଖୋଲିବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି, ସେ ପର୍ଯ୍ୟନ୍ତ ପେଣ୍ଡାଲ ବନ୍ଦ ରହିବ । ନିଜର ସ୍ୱାର୍ଥ ହାସଲ କରିବାକୁ କିଛି ମୁଷ୍ଟିମେୟ କଳାକାର ମିଥ୍ୟ। ଅଭିଯୋଗ କରୁଛନ୍ତି । ଚଳିତ ଓ ଆସନ୍ତା ବର୍ଷ ଲାଗି ଆଗଧାଡ଼ିର କଳାକାରଙ୍କୁ ଆଡଭାନ୍ସ ଟଙ୍କା ଦିଆଯାଇଛି । କୈାଣସି କଳାକାରଙ୍କ ଟଙ୍କା ବକେୟା ରଖିନି ଯାତ୍ରା ମହାସଂଘ । ତଳିଆ କର୍ମଚାରୀଙ୍କ ସହିତ ସମସ୍ତ ମାଲିକ ବଞ୍ଚିବା ପାଇଁ ବ୍ୟବସ୍ଥା କରିଛନ୍ତି । ସେମାନଙ୍କ କୈାଣସି ଅଭିଯୋଗ ନାହି ବୋଲି ଯାତ୍ରା ମହାସଂଘ ସୂଚନା ଦେଇଛି ।