ଯନ୍ତ୍ରଣା ବଢ଼ିବାରୁ ରୋଗୀଙ୍କୁ ବସରୁ ଓହ୍ଲାଇଦେଲେ କଣ୍ଡକ୍ଟର

କେନ୍ଦୁଝର: ରୋଗୀ ବସ୍‌ରେ ଯାଉଥିଲେ । ରୋଗୀଙ୍କ ଯନ୍ତ୍ରଣା ବଢ଼ିବା ଦେଖି ବସ୍‌ବାଲା ଅଧାବାଟରୁ ଓହ୍ଲାଇ ଦେଲେ । ରାସ୍ତାକଡ଼ରେ ଛଟପଟ ହୋଇ ଚାଲିଗଲା ଜୀବନ । ସମସ୍ତଙ୍କ ଆଖି ଆଗରେ ଦୁଃଖଦ ଘଟଣା ଘଟିଲା, କିନ୍ତୁ କେହି ସାହା ହେଲେନି ।

କେନ୍ଦୁଝର ଜିଲ୍ଲା ବରଦାପାଳ ଗାଁ ନିକଟରେ ଏହି ଦୁଃଖଦାୟକ ଘଟଣା ଘଟିଛି । ଉପର କୁସୁମିତା ଗାଁର କୁନି ପ୍ରଧାନ ଅସୁସ୍ଥ ଥିବାରୁ ତାଙ୍କୁ ତାଙ୍କ ସ୍ୱାମୀ ଦିଲ୍ଲୀପ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଇ ବସ୍‌ରେ ଘରକୁ ଫେରୁଥିଲେ । ଯନ୍ତ୍ରଣା ବଢ଼ିବାରୁ ବସ୍‌ବାଲା ତାଙ୍କୁ ଅଧାବାଟରେ ଓହ୍ଲାଇ ଦେଇଥିଲେ ।

ରାସ୍ତାକଡ଼ରେ ସ୍ତ୍ରୀଙ୍କୁ ଧରି ସ୍ୱାମୀ ସାହାଯ୍ୟ ମାଗୁଥିଲେ; କିନ୍ତୁ କେହି ଶୁଣି ନଥିଲେ । ଫୋନ୍‌ କଲେ ବି ଆମ୍ବୁଲାନ୍‌ସ ଆସି ନଥିଲା । ଦିଲ୍ଲୀପ କୈାଣସିମତେ ଏକ ଅଟୋ ଯୋଗାଡ଼ କରି ସ୍ତ୍ରୀ କୁନିଙ୍କୁ ବରଦାପାଳ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା । ଡାକ୍ତର କୁନିଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply