ଦୁଇ ଖଣ୍ଡ ହୋଇପାରେ ପୃଥିବୀ, ସୁରକ୍ଷା କବଚରେ ବଢିବାରେ ଲାଗିଛି ଫାଟ

1 min read

ନୂଆଦିଲ୍ଲୀ: ପୃଥିବୀ ଦୁଇ ଭାଗରେ ବିଭକ୍ତ ହେବାକୁ ଯାଉଛି । ଏହା ଏକ ଏମିତି ଖବର ଯାହା ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ । ଆପଣମାନେ ମଧ୍ୟ କିଛି କ୍ଷଣ ପାଇଁ ଭାବିବାକୁ ନିଶ୍ଚୟ ବାଧ୍ୟ ହେବs । କାରଣ ସୂର୍ଯ୍ୟଙ୍କ ମାରାତ୍ମକ କିରଣରୁ ରକ୍ଷା କରୁଥିବା ପୃଥିବୀର ସୁରକ୍ଷା କବଚରେ ଫାଟ ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଆମେ ଏବେଠୁ ନ ଚେତିବା ତେବେ ପୃଥିବୀର ସୁରକ୍ଷା କବଚ କୁହାଯାଉଥିବା ଚୁମ୍ବକୀୟ କ୍ଷେତ୍ର ୨ ଭଗରେ ଭାଙ୍ଗିଯିବାର ଆଶଙ୍କା ରହିଛି ।

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏଭଳି ଆଶଙ୍କା ବ୍ୟକ୍ତ କରିଛି । ନାସା ଅନୁଯାୟୀ, ଏହି କବଚ କ୍ରମାଗତ ଭାବରେ ଦୁର୍ବଳ ହେବାରେ ଲାଗିଛି। ଏହି କବଚ ବା ଚୁମ୍ଭକୀୟ କ୍ଷେତ୍ର ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହେଉଛି । ବିଶେଷଜ୍ଞମାନେ ଏହି ପ୍ରକ୍ରିୟାକୁ ଦକ୍ଷିଣ ଆଟଲାଣ୍ଟିକ୍ ବିସଙ୍ଗତିର ନାଁ ଦେଇଛନ୍ତି ।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଫାଟ ପ୍ରତି ସେକେଣ୍ଡରେ ବୃଦ୍ଧି ପାଉଥିବାରୁ ଏହା ଦୁଇଟି ଖଣ୍ଡରେ ଭାଙ୍ଗିବାର ସମ୍ଭାବନା ରହିଛି । ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଫାଟ ପୃଥିବୀ ଭିତରେ ସୃଷ୍ଟି ହେଉଛି, କିନ୍ତୁ ଏହାର ପ୍ରଭାବ ପୃଥିବୀ ପୃଷ୍ଠରେ ପରିଲକ୍ଷିତ ହେଉଛି । ଏହି କାରଣରୁ, ପୃଥିବୀରେ ଏକ ଦୁର୍ବଳ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେଉଛି, ଯାହା ସୂର୍ଯ୍ୟଙ୍କଠାରୁ ମାରାତ୍ମକ ବୀକିରଣକୁ ପୃଥିବୀ ପୃଷ୍ଠକୁ ଯିବାକୁ ରୋକି ପାରିବାରେ ସକ୍ଷମ ହୋଇ ପାରିବ ନାହିଁ ।

୨୦୦ବର୍ଷରେ ସୃଷ୍ଟି ହୋଇଛି ଏହି ଫାଟ

ବୈଜ୍ଞାନିକଙ୍କ ଅନୁଯାୟୀ, ଚୁମ୍ବକୀୟ କ୍ଷେତ୍ର ଥିଲେ ମଧ୍ୟ କବଚରେ ଫାଟ ତ ସୃଷ୍ଟି ହେଉଛି । ପୃଥିବୀର ଉତ୍ତର ଭାଗରେ ଏହା ଦୁର୍ବଳ ଚୁମ୍ବକୀୟ କ୍ଷେତ୍ର ସମଗ୍ର ମେରୁ ପର୍ଯ୍ୟନ୍ତ ବ୍ୟାପିଛି । ମେ ମାସରେ, ୟୁରୋପୀୟ ସ୍ପେସ୍ ଏଜେନ୍ସି ରିପୋର୍ଟରେ ସ୍ପଷ୍ଟ କରିଛି ଯେ, ଦୁଇଶହ ବର୍ଷରେ ଚୁମ୍ବକୀୟ କ୍ଷେତ୍ର ହାରାହାରି ୯ ପ୍ରତିଶତ କ୍ଷମତା ହରାଇଛି । ୧୯୭୦ ପରଠାରୁ, କବଚ ଦୁର୍ବଳ ହେବାରେ ଲାଗିଛି ଏବଂ ବର୍ତ୍ତମାନ ଏହା ୮ପ୍ରତିଶତ ଦୁର୍ବଳ ହୋଇଯାଇଛି । ଯଦିଓ, ଦୁଇ ଭାଗରେ ବିଭକ୍ତ ହେବା ନେଇ କୌଣସି ପ୍ରମାଣ ମିଳି ପାରିନାହିଁ ।

ତେବେ କୁହାଯାଉଛି ଯେ, ଯେତେବେଳେ ବି କୌଣସି ସାଟେଲାଇଟ ଏହି ପ୍ରଭାବିତ ଅଞ୍ଚଳ ଦେଇ ଗତି କରିବ, ସେତେବେଳେ ତାକୁ ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ଉଚ୍ଚ ଶକ୍ତି ବିଶିଷ୍ଟ ପ୍ରୋଟାନ୍ କଣିକାର ସମ୍ମୁଖୀନ ହେବାକୁ ପଡ଼ିବ । ତାହା ବି ଏମିତି ସମୟରେ ଯେଉଁ ସମୟରେ ଚୁମ୍ବକୀୟ କ୍ଷେତ୍ର ତା ଶକ୍ତିର ସମ୍ପୂର୍ଣ୍ଣ ବ୍ୟବହାର କରିପାରିବ ନାହିଁ । ଏପରି ପରିସ୍ଥିତିରେ ସାଟେଲାଇଟର କମ୍ପ୍ୟୁଟର ଖରାପ କିମ୍ବା ସଂପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ରହିଛି ।

ମହାକାଶ ଏଜେନ୍ସିଗୁଡ଼ିକ ସ୍ୱତନ୍ତ୍ର ବ୍ୟବସ୍ତା ଦ୍ୱାରା ନିଜର ସାଟେଲାଇଟକୁ ବଞ୍ଚାଇ ପାରିବେ

ନାସା ଅନୁଯାୟୀ, ନିଜ ସାଟେଲାଇଟକୁ ବଞ୍ଚାଇବା ପାଇଁ ଅଧିକାଂଶ ମହାକାଶ ଏଜେନ୍ସି ସ୍ୱତନ୍ତ୍ର ବ୍ୟବସ୍ତା ବ୍ୟବହାର କରୁଛନ୍ତି । ଯେତେବେଳେ ସାଟେଲାଇଟ୍ ଦୁର୍ବଳ ଚୁମ୍ବକୀୟ କ୍ଷେତ୍ର ଅଞ୍ଚଳ ଦେଇ ଗତି କରିବ ସେତେବେଳେ ସେମାନେ ସେତେବେଳେ ସାଟେଲାଇଟ୍ ତାର ଶକ୍ତିକୁ ହ୍ରାସ କରିବେ । ସେମାନେ ଏମିତି କରିବା ଦ୍ୱାରା ତାଙ୍କ ସାଟେଲାଇଟକୁ ସୂର୍ଯ୍ୟଙ୍କ କ୍ଷତିକାରକ ରଶ୍ମିରୁ ନିଜ ସାଟେଲାଇଟକୁ ରକ୍ଷା କରିପାରିବେ ।

Leave a Reply