ପରିବାରକୁ ନ୍ୟାୟ ଓ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦାବିରେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା
1 min readବରଗଡ : ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପରିବାରକୁ ନ୍ୟାୟ ଓ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦାବିରେ ପ୍ରତିବାଦ । ହାତରେ ପ୍ଲା କାର୍ଡ ଧରି ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଧାରଣା । ଗତ କିଛିଦିନ ତଳେ ପଦ୍ମପୁର ପାଇକମାଳ ଥାନା ଅଞ୍ଚଳର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଥିଲା । ଦୋଷୀକୁ ଫାଶୀ ଦଣ୍ଡ ଦାବି କରି ଆଜି ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରୁ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ପଦ୍ମପୁରର ବିଭିନ୍ନ ସଂଗଠନ ଓ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା ରାଲି କରିଥିଲେ । ପରେ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପ-ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ନ୍ୟାୟୋଚିତ ତଦନ୍ତ ଚାଲିଛି । ଫରେନସିକ ଏବଂ ବ୍ୟବଛେଦ ରିପୋର୍ଟ ଆଧାରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି ।