ଭୁବନେଶ୍ବରରେ ଖୋଲିବ କନସେନଟ୍ରିକ୍ସ, ମେ’ ୫ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହେବ ଅଧିକ ନିଯୁକ୍ତି ସୁଯୋଗ । ଭୁବନେଶ୍ବରରେ ଖୋଲିବ ବିପିଓ କନସେନଟ୍ରିକ୍ସ । ମେ’ ୫ ତାରିଖରେ ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବର ସର୍ବବୃହତ ବିପିଓ ମଧ୍ୟରୁ କନସେନଟ୍ରିକ୍ସ ଅନ୍ୟତମ । ବିଶ୍ବସ୍ତରୀୟ ଏହି ବିପିଓ ଅଫିସ ଭୁବନେଶ୍ବରରେ ଖୋଲିଲେ ରାଜ୍ୟରେ ୨ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ । ଏନେଇ ନିଜ ସିସୋଆଲ ମିଡିଆ ପେଜରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ ।