ମହିଳା କର୍ମଚାରୀଙ୍କୁ ଅସଦାରଣ ପ୍ରସଙ୍ଗ: ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଆୟୁଷ ବିଭାଗର ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ ଅଧିକାରୀ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବିଭାଗରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ଆସିବାପରେ ତାଙ୍କୁ ପଦବୀରୁ ନିଲମ୍ବିତ କରାଯାଇଥିଲା । ପରେ ସେ ଗିରଫ ମଧ୍ୟ ହୋଇଥିଲେ  । ଜୁଲାଇ ୯ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହେପାଜତରେ ରହିଥିଲେ ।

ମୁଖ୍ୟମନ୍ତ୍ରୀ ସର୍ବଦା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ନୈତିକତା ଓ ସଞ୍ଜମତାକୁ ଗୁରୁତ୍ୱ ଦେଇ ଆସିଛନ୍ତି ।  ସରକାରୀ ଅଧିକାରୀଙ୍କ ଅନୈତିକ ବ୍ୟବହାରକୁ ରାଜ୍ୟ ସରକାର କୌଣସି ପରିସ୍ଥିତିରେ ଗ୍ରହଣ କରିବେ ନାହିଁ । ଏ କ୍ଷେତ୍ରରେ ଜିରୋ ଟଲୋରନ୍ସ ନୀତି ଗ୍ରହଣ କରି ମୁଖ୍ୟମନ୍ତ୍ରୀ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।  ଉଲ୍ଲେଖଯୋଗ୍ୟ ଯେ, ବିଭୂ ପ୍ରସାଦ ଷଡ଼ଙ୍ଗୀ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଧିକାରୀ ଥିଲେ ।

Leave a Reply