ଫୋପାଡ଼ିବାକୁ ପଡ଼ିବ ନାହିଁ ଘରୁ ବାହାରୁ ଥିବା ବର୍ଜ୍ୟବସ୍ତୁ, ୪୫ ଦିନରେ ପ୍ରସ୍ତୁତ ହେବ କମ୍ପୋଷ୍ଟ

କେନ୍ଦୁଝର: ପୁନର୍ବିନିଯୋଗ ହେବ କଠିନ ବର୍ଜ୍ୟବସ୍ତୁ । ୪୫ ଦିନରେ ପ୍ରସ୍ତୁତ ହେବ କମ୍ପୋଷ୍ଟ । ଖତ ଆକାରରେ ମାର୍କେଟରେ ହେବ ବିକ୍ରି । ଏଣିକି ଏଣେ ତେଣେ ଆଉ ଫୋପାଡ଼ିବାକୁ ପଡ଼ିବ ନାହିଁ ଘରୁ ବାହାରୁ ଥିବା ବର୍ଜ୍ୟବସ୍ତୁ । କାରଣ କେନ୍ଦୁଝର ପୌର ପରିଷଦ ପକ୍ଷରୁ ନିଆଯାଇଛି ଏକ ନିଆରା ପଦକ୍ଷେପ ।

ମୁନିସିପାଲଟିରୁ ଦୈନିକ ବାହାରୁ ଥିବା ଅଳିଆ ଆବର୍ଜନାକୁ ଗୋଟିଏ ସ୍ଥାନରେ ଏକତ୍ର କରିବା ପାଇଁ ଆରମ୍ଭ ହୋଇଛି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର । ଆଉ ଏଥିପାଇଁ ୨୦ ମହିଳା ସ୍ବଚ୍ଛ ସାଥୀ ନିୟୋଜିତ ହୋଇଥିବା ବେଳେ ଆବର୍ଜନାକୁ ପଚାଇ ପ୍ରସ୍ତୁତ କରୁଛନ୍ତି କମ୍ପୋଷ୍ଟ ଖତ ।

ସ୍ୱଚ୍ଛ ସାଥୀମାନେ ସଂଗୃହିତ ବର୍ଜ୍ୟବସ୍ତୁକୁ ପ୍ରଥମେ ପୃଥକୀକରଣ କରି ଅଦରକାରୀ ପଦାର୍ଥକୁ ଅଲଗା କରିଥାନ୍ତି । ପରେ ଏଥିରେ ଏକ ତରଳ ପଦାର୍ଥ ମିଶାଇ ୪୫ ଦିନ ଏକ କୁଣ୍ଡରେ ରଖିଥାନ୍ତି । ଏଥିରୁ ଜୀବାଣୁ ମୁକ୍ତ ହେବା ପରେ ଏହା କମ୍ପୋଷ୍ଟରେ ପରିଣତ ହୋଇଥାଏ ।

ଯାହାକୁ କିଲୋଗ୍ରାମ ପ୍ରତି ୨୦ ଟଙ୍କାରେ ବିକ୍ରି କରାଯାଉଛି । ତେବେ ଏହାଦ୍ୱାରା ପୌରପାଳିକା ସ୍ୱଚ୍ଛ ଓ ପରିଷ୍କାର ହେବାରେ ସହାୟକ ହେବା ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲାପାଳ ।

ପୂର୍ବରୁ ଜିଲ୍ଲାରେ ଏଭଳି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ରହିଥିବା ବେଳେ ଏଥିରୁ ପ୍ରସ୍ତୁତ କମ୍ପୋଷ୍ଟକୁ ଏବେ ବଜାରରେ ବିକ୍ରି କରାଯାଉଛି ।

Leave a Reply