ପଶ୍ଚିମବଙ୍ଗରେ ମେ ୩୦ ପର୍ଯ୍ୟନ୍ତ ଲକଡାଉନ୍

କୋଲକତା: ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଆସନ୍ତା କାଲିଠାରୁ ମେ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ଘୋଷଣା କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅଲ୍ପାନ ବନ୍ଦୋପାଧ୍ୟୟ ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗରୁ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଥିଲା । କିନ୍ତୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ପରଠାରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା । ଯାହାକୁ ନେଇ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ ବୋଲି ଆଶଙ୍କ କରାଯାଉଥିଲା ।
୧୬ ମେ ସକାଳୁ ୩୦ ମେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ରହିବ । ଏହି ସମୟରେ ସ୍କୁଲ ଓ କଲେଜ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହା ସହିତ କେବଳ ଜରୁରୀକାଳିନ ସେବାକୁ ଛାଡି ଅନ୍ୟ ସବୁ ସରକାରୀ ଅଫିସ ଓ ବେସରକାରୀ ଅଫିସ ବନ୍ଦ ରହିବ । ୧୫ ଦିନ ପର୍ଯ୍ୟନ୍ତ ସରକାର ସମସ୍ତ ରାଜନୈତିକ,ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ।
ଦୋକାନା ଖୋଲିବା ସମୟ
ଲକଡାଉନ କାଳରେ ସକାଳେ ୭ରୁ ୧୦ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏହା ସହିତ ସରକାର ସାଧାରଣ ପରିବହନ ବ୍ୟାବସ୍ଥା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଅନ୍ତରାଜ୍ୟ ବସ ଚଳାଚଳ ସହିତ ମେଟ୍ରୋ ଓ ଫେରି ସର୍ଭିସ ମଧ୍ୟ ବନ୍ଦ ରହିବ । ଟ୍ରକ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି ।
ପେଟ୍ରୋଲ ପମ୍ପ୍ ଓ ଏଟିଏମ୍ ଖୋଲା ରହିବ
ଲକାଡାଉନ୍ କାଳରେ ଜରୁରୀ କାଳିନ ସେବା ସହିତ ପେଟ୍ରୋଲ ପମ୍ପ ଓ ଏଟିଏମ୍ ଖୋଲା ରହିବ । ମାତ୍ର ୫୦ ଲୋକଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହେବ ବୋଲି ଆଦେଶରେ କୁହାଯାଇଛି ।

Leave a Reply