ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରୀ ଉଠେ, ପୁଲୱାମା ଆକ୍ରମଣକୁ ପୁରିଲା ୨ବର୍ଷ

1 min read

ପୁଲୱାମା: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ  । ୨୦୧୯ ଫେବୃୟାରୀ ୧୪ରେ ଆଜି ଭାରତୀୟଙ୍କ ମନକେ ସୃଷ୍ଟି କରେ ଭୟର ବିଭିଷିକା । କିଏବା ଜାଣିଥିଲା ଯବାନଙ୍କ ସେହି ବସ୍ ଯାତ୍ରା ଶେଷ ଯାତ୍ରା ହୋଇଥିବ ବୋଲି । ଆଖି ପିଛୁଳାକେ ସମ୍ପୂର୍ଣ୍ଣ ବସ୍ ବିସ୍ଫୋରଣରେ ଭଷ୍ମ ହୋଇଯାଇଥିଲା । ଆଉ ଏହି ବିଷ୍ଫୋରଣ ତିବ୍ରତା ଏତେ ଥିଲା ଯେ, ଯବାନଙ୍କ ଶରୀର ମାଂସ ପିଣ୍ଡୁଣାରେ ପରିବର୍ତ୍ତନ ହୋଇଯାଇଥିଲା ।

Pulwama Attack

କାହାକୁ ଚିହ୍ନିବା ତ ଅସମ୍ଭବ ହୋଇଯାଇଥିଲା ।  ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଯବାନ ଶହୀଦ ହୋଇଥିଲେ । ଆଉ ଏହି ୪୦ ଜଣଙ୍କ ଭିତରେ ଥିଲେ ୨ ଓଡ଼ିଆ ବୀରପୁତ୍ର । ସମୟ ବିତି ଯାଇଛି । ହେଲେ ଆଜି ବି ସେହି ଲୁହ ଭିଜା ଘଟଣା ମନେ ପଡ଼ିଗଲେ ଛାତି ଥରି ଉଠେ  । ଆଜିବି ଶହୀଦ୍‌ଙ୍କୁ ଝୁରୁଛି ମାତୃଭୂମି । ଆତଙ୍କବାଦୀ ଷଡ଼ଯନ୍ତ୍ର ଅନୁସାରେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌ ସହିତ ବିସ୍ଫୋରକ ଭର୍ତ୍ତି କାରକୁ ଧକ୍କା କରାଯାଇଥିଲା ।

Pulwama Attack

ରାଜରାସ୍ତା କ୍ଷଣିକ ମଧ୍ୟରେ ଶହୀଦଙ୍କ ଶରୀରର ଖଣ୍ଡ ଖଣ୍ଡ ମାଂସ ପିଣ୍ଡୁଳା ଓ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା । ଆଉ ଏହି ଆକ୍ରମଣରେ କେତେ ଯେ ସମ୍ପର୍କର ମୃତ୍ୟୁ ହୋଇଥିଲା ତାହା ବୁଝିବା ଅସମ୍ଭବ । କେତେ ଶିଶୁ ବାପା ଛେଉଣ୍ଡ ହୋଇଥିଲେ ଆଉ କେତେ ମାଆଙ୍କ କୋଳ ବି ଶୂନ୍ୟ ହୋଇଯାଇଥିଲା । ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ କରାଯାଇ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା ।

ଏହି ଘଟଣା ଭିଆଇଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ଉପରେ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଆତଙ୍କବାଦୀ ଆକ୍ରମଣ ଘଟଣାର ୧୨ ଦିନ ପରେ ଅର୍ଥାତ୍ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍ ରେ ଥିବା ଜୈସ୍-ଏ-ମହମ୍ମଦର ବିଭିନ୍ନ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

Abhinandan

ଫେବୃଆରୀ ୨୭ ତାରିଖରେ ପାକ୍ ବାୟୁସେନା ଜମ୍ମୁକାଶ୍ମୀରର ସୈନ୍ୟ ଶିବିର ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲା । ମାତ୍ର ଭାରତୀୟ ବାୟୁସେନା ସେହି ଉଦ୍ୟମକୁ ବିଫଳ କରିଦେଇଥିଲା ।  ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ମିଗ୍ ୨୧ ବିମାନ ପାକ୍ ବାୟୁସେନାର ଏଫ-୧୬କୁ ଧ୍ୱଂସ କରିଥିଲେ ।

ଏହାପରେ ତାଙ୍କୁ ପିଓକେରେ ଅବତରଣ କରିବାକୁ ପଡିଥିଲା । ସେଠାରେ ତାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିଦେଇଥିଲେ । କୂଟନୀତିର ଚକ୍ରବ୍ୟୁହରେ ପଡି ବନ୍ଦୀ କରିବାର ଦୁଇ ଦିନ ପରେ ପାକିସ୍ତାନକୁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା । ତେବେ ଓ୍ୱାଘା ବର୍ଡର ଅଟାରୀ ଗେଟ୍ ଦେଇ ୱିଙ୍ଗ୍ କମାଣ୍ଡର ସ୍ୱଦେଶ ଫେରିଥିଲେ ।

Leave a Reply