ସାରଥିଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା
1 min read
ଭୁବନେଶ୍ବର: ସନ୍ତୋଷ ରାଉଳ ଓରଫ ସାରଥିଙ୍କ ନାଁରେ ଏତଲା । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଲେ ସମାଜସେବୀ ଅଭିଷେକ ଦାସ । ସାରଥିଙ୍କ ଫଟୋରେ ତୁଳସୀ ଚଢା ଯାଇଥିବାରୁ ଏତଲା ଦିଆଯାଇଛି ।
ଆଜି ସକାଳେ ଭୁବନେଶ୍ଵର କାର୍ଗିଲ ବସ୍ତି ସମେତ ବିଭିନ୍ନ ସ୍ଥାନରେ ସାରଥିଙ୍କ ଫଟୋରେ ତୁଳସୀ ଚଢାଯାଇ ପୂଜା କରାଯାଇଛି । ଏପରିକି ପୂଜା ସମୟରେ ସାରଥିଙ୍କ ବଡ଼ ଫଟୋ ରଖା ଯାଇ ଥିବାବେଳେ ଶ୍ରୀଜଗନ୍ନାଥଙ୍କ ସାନ ଫଟୋ ରଖାଯାଇଥିଲା । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ । କୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା କରାଯାଇଥିବା ଅଭିଯୋଗ କରିଛନ୍ତି ଅଭିଷେକ ।
ଅନୁଗାମୀମାନକୁ ଉସୁକାଇ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି l କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ରଖି ନିଜକୁ ଭଗବାନ ଭଳି ସଜାଇ ସନାତନ ଧର୍ମ ଉପରେ କୁଠାରଘାତ କରାଯାଇଛି l ସେଥିପାଇଁ ସାରଥିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସମାଜସେବୀ ଅଭିଷେକ l