ପିଣ୍ଟୁଙ୍କ ନାଁରେ ଅଭିଯୋଗ କଲେ ଯୁବତୀ…

ଭୁବନେଶ୍ୱର: ପୁଣି ଜଣେ ଓଲିଉଡ୍ କଳାକାରଙ୍କ ନାଁରେ ଥାନାରେ ଏତଲା । ଯୁବତୀ ଆଣିଲେ ସଙ୍ଗିନ ଅଭିଯୋଗ । କହିଲେ ମତେ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି ଅଭିନେତା ।
ତେବେ ଏଭଳି ସଙ୍ଗିନ୍ ଅଭିଯୋଗ ଆସିଛି ଓଲିଉଡ୍ ଜଗତର ବହୁ ପୁରୁଣା କଳାକାର ପିଣ୍ଟୁ ନନ୍ଦଙ୍କ ନାଁରେ । ଜଣେ ଯୁବତୀଙ୍କୁ ସେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଫିଲ୍ମ ସୁଟିଂ ବିଳମ୍ବ ହେବା କାରଣକୁ ନେଇ ଅଭିନେତା ପିଣ୍ଟୁ ନନ୍ଦ ଏଭଳି କାଣ୍ଡ ଭିଆଇଛନ୍ତି ।
ନୟାପଲ୍ଲୀ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ପିଣ୍ଟୁଙ୍କୁ ଥାନାକୁ ଡାକିଥିଲା । ପରେ ପୋଲିସ ତାଙ୍କୁ ଏକ ନୋଟିସ୍ ଛାଡ଼ିଦେଇଥିବା ଜଣାପଡ଼ିଛି ।