ବିଶ୍ୱର ଏହି ସବୁ ଦେଶଙ୍କ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ

ଭୁବନେଶ୍ୱର: କରୋନା କାୟାରେ ସାରା ଦେଶ । ସବୁପ୍ରକାର ପ୍ରୟାସ ସତ୍ତ୍ୱେ ବି ସୁଧୁରୁନି କରୋନା ପରିସ୍ଥିତି । ବିଶ୍ୱର ସବୁ ଦେଶରେ ପରିସ୍ଥିତି ଏବେ ବେହାଲ । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ଟପିଥିବା ବେଳେ ବିଭିନ୍ନ ରାଜ୍ୟରେ ପରିସ୍ଥିତି ବିପଦ ଜନକ । ଏଭଳି ପରିସ୍ଥିତିରେ ଓଡ଼ିଶା ହେଉଛି ଏକ ମାତ୍ରା ରାଜ୍ୟ ଯିଏ କରୋନା ସହ ମୁକାବିଲାରେ କିଛି ମାତ୍ରାରେ ସଫଳ ହୋଇଛି । ସେହିଭଳି ଯଦି ଆମେ ଓଡ଼ିଶାର ତୁଳନା ଅନ୍ୟ ଦେଶ ସହ କରିବା ସେତେବେଳେ ଜାଣିପାରିବା ଯେ, ଓଡ଼ିଶାରେ କରୋନା ତାର କେତେ କାୟା ବିସ୍ତାର କରିଛି ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ନିୟନ୍ତ୍ରଣରେ ରହିଛି ସ୍ଥିତି

କରୋନା ଗ୍ରାଫରେ ଓଡ଼ିଶାର ମାନଚିତ୍ର ଉଲ୍ଲେଖନୀୟ ହୋଇପଡ଼ିଛି । ଏହି ରାଜ୍ୟ ତୁଳନାରେ ଅନ୍ୟଦେଶ ମାନଙ୍କରେ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ରହିଛି । କାରଣ ରାଜ୍ୟ ସରକାରଙ୍କ ପ୍ରୟାସ ଫଳରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ଭଲ ଅଛି ବୋଲି ସ୍ପଷ୍ଟ କରିଥିଲେ ।

ଏବେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଓଡ଼ିଶା ସହ ବଡ଼ ବଡ଼ ଦେଶ ସହ ତୁଳନା କରାଯାଇଛି ଯେଉଁଥିରେ ଓଡ଼ିଶାରେ କରୋନା ସ୍ଥିତି ବହୁତ ଭଲ ଅଛି ବୋଲି ସ୍ପଷ୍ଟ ହୋଇଛି । ଓଡ଼ିଶାରେ ସମୁଦାୟ ଜନସଂଖ୍ୟା ୪.୪କୋଟି ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬ହଜାର ୧୮୦ ଏବଂ ମୃତ୍ୟୁ ସଂଖ୍ୟା ରହିଛି ୨୧ରେ । ଏବଂ ଅନ୍ୟ ଦେଶ ଯେମିତି କି ସ୍ପେନ୍, ବ୍ରିଟେନ, ଇଟାଲି, ପେରୁ, କଲୋମ୍ବିଆର ଜନସଂଖ୍ୟା ଜଦିଓ ଓଡ଼ିଶାର ଜନସଂଖ୍ୟାଠୁ କିଛି ମାତ୍ରାରେ ଅଧିକ ରହିଛି କିନ୍ତୁ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଓଡ଼ିଶା ତୁଳନା ବହୁତ ଅଧିକ ରହିଛି ।

ରାଜ୍ୟର ଅନ୍ୟ ଦେଶମାନଙ୍କ ସହ ତୁଳନା

ସ୍ପେନରେ ୪.୭ କୋଟି ଜନସଂଖ୍ୟା ଥିବା ବେଳେ ୨.୯୫ଲକ୍ଷ ସଂକ୍ରମିତ ହୋଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୨୮,୩୩୮ରେ ପହଞ୍ଚିଛି । ଏବଂ ବ୍ରିଟେନରେ ୬.୬ କୋଟି ଜନସଂଖ୍ୟା ଥିବାବେଳେ ୩.୦୯ଲକ୍ଷ ଲୋକ ସଂକ୍ରମିତ ହୋଇଛିନ୍ତି । ମୃତ୍ୟୁ ସଂଖ୍ୟା ୪୩ହଜାର ୪୧୪ରେ ପହଞ୍ଚିଛି । ସେହିଭଳି ଇଟାଲିରେ ସମୁଦାୟ ୬କୋଟି ଲୋକଙ୍କ ମଧ୍ୟରୁ ୨.୪୦ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୪ହଜାର ୭୦୮ଲୋକଙ୍କ ମୃତ୍ୟୁ ହୋଇଛି । ଏବଂ ପେରୁରେ ସମୁଦାୟ ୩.୨କୋଟି ଜନସଂଖ୍ୟା ଥିବା ବେଳେ ୨.୭୨ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ସେଠାରେ ମୃତ୍ୟୁ ସଂଖ୍ୟା ୮ହଜାର ୯୩୯ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି କଲମ୍ବିଆରେ ମଧ୍ୟ ସମାନ ପରିସ୍ଥିତି ଏଠାରେ ସମୁଦାୟ ଜନସଂଖ୍ୟା ୪.୯କୋଟି ଲୋକଥିବା ବେଳେ ୮୪,୪୪୨ଜଣ ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଏଠାରେ ମୁତ୍ୟୁ ସଂଖ୍ୟା ୨ହଜାର ୮୧୧ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଏବଂ କରୋନାକୁ ନିୟନ୍ତ୍ରଣ କରିବାର ପ୍ରୟାସ ପାଇଁ ଓଡ଼ିଶା ଭଲ ସ୍ଥିତିରେ ରହିଛି ।

Leave a Reply