ବଡ଼ ବଡ଼ କମ୍ପାନୀ ଉପରେ ବକେୟା ପଡ଼ିଛି ୨୪୧ କୋଟିରୁ ଅଧିକ ଟଙ୍କାର ଜଳକର

Companies In Sundargarh Not Paying Water Tax More Than 241 Crore

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ୩୦ରୁ ଅଧିକ ଶିଳ୍ପ ସଂସ୍ଥା ନିୟମିତ ଜଳକର ଦେଉନଥିବା ଅଭିଯୋଗ ହେଉଛି । ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରେ ବିଭିନ୍ନ ଫାଇନ୍ ସହିତ ୨୪୧ କୋଟିରୁ ଅଧିକ ଟଙ୍କା ଜଳକର ବାକି ରଖିଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ସେପଟେ ଅଧିକ ଫାଇନ୍ ଧାର୍ଯ୍ୟ କରାଯାଇଥିବାରୁ ଶିଳ୍ପପତିମାନେ ବକେୟା ଜଳକର ଦେଉନଥିବା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ କୁହାଯାଇଛି । ତେବେ ଜଳକରର ପରିମାଣ ଠାରୁ ଜରିମାନା ଅର୍ଥ ୫ ଗୁଣ ରହିଥିବା ବେଳେ ପୈଠର ନାଁ ଧରୁନାହାଁନ୍ତି କମ୍ପାନୀ ।

Companies In Sundargarh Not Paying Water Tax More Than 241 Crore (3)

ଜିଲ୍ଲାର ଆଧୁନିକ ମେଟାଲିକ୍ ସର୍ବାଧିକ ପେନାଲଟି ସହିତ ୭୩ କୋଟି ୨୪ ଲକ୍ଷ ୬୯ ହଜାର ୭୦ ଟଙ୍କା ବକେୟା ରଖିଛି । କେବଳ ଜଳକର ବାବଦରେ ୧୨ କୋଟି ୫୯ ଲକ୍ଷ ୧୦ହଜାର ୫୫ ଟଙ୍କା ବକେୟା ରଖିଥିବାରୁ ଜରିମାନା ବାବଦରେ ୬୦ କୋଟି ୬୫ ଲକ୍ଷ ୫୯ ହଜାର ୧୫ ଧାର୍ଯ୍ୟ କରାଯାଇଛି । ସେହିପରି ଓସିଏଲ ଆଇରନ୍ ଆଣ୍ଡ ଷ୍ଟିଲ୍ ଜଳକର ଓ ଜରିମାନା ବାବଦରେ ୧୦ କୋଟି ୧୩ ଲକ୍ଷ ୫୯ ହଜାର ୧୦୮ ଟଙ୍କା, ବରସୁଆଁ ଆଇରନ୍ ମାଇନ୍ସ ଟେନସା ଜରିମାନା ସହିତ ୩ କୋଟି ୭୫ ଲକ୍ଷ ୧୭ ହଜାର ୭୭୮ଟଙ୍କା ବକେୟା ରଖିଥିବା ଜଣାପଡ଼ିଛି ।

Companies In Sundargarh Not Paying Water Tax More Than 241 Crore (3)

ବିଆର୍ ସ୍ପଞ୍ଜ ତୁମକେଲା ଜରିମାନା ସହିତ ୩ କୋଟି ୧୫ ଲକ୍ଷ ୨୭ ହଜାର ୨୯୮ ଟଙ୍କା ଓ ଜୟ ଆଇରନ୍ ଆଣ୍ଡ ଷ୍ଟିଲ୍ କାରଖାନାର ଜରିମାନା ସହିତ ୪ କୋଟି ୨୫ ଲକ୍ଷ ୧୮ ହଜାର ୧୫୦ ଟଙ୍କା ବକେୟା ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୪୨ଟି ବଡ଼ବଡ଼ ଶିଳ୍ପ ସଂସ୍ଥା ସହିତ ଖଣି ଓ ହୋଟେଲ ରହିଛି । ତେବେ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ୪୨ କୋଟି ୯୫ ଲକ୍ଷ ୮୫ ହଜାର ୬୫୪ ଟଙ୍କା ଜଳକର ବକେୟା ରଖିଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି ।

Companies In Sundargarh Not Paying Water Tax More Than 241 Crore (3)

ଜଳକର ଦେଉନଥିବାରୁ ବିଭିନ୍ନ ଶିଳ୍ପସଂସ୍ଥା ଉପରେ ୧୯୮ କୋଟି ୮୪ ଲକ୍ଷ ୧୨ ହଜାର ୭୦୮ ଟଙ୍କା ଜରିମାନା କରାଯାଇଛି । ସେପଟେ ଅଧିକ ଜରିମାନା ଧାର୍ଯ୍ୟ କରାଯାଇଥିବାରୁ ଶିଳ୍ପପତିମାନେ ବକେୟା ଜଳକର ଦେଇପାରୁନଥିବା ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ କୁହାଯାଇଛି । ତେବେ ବାକି ଆଦାୟ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ । ଜିଲ୍ଲାରେ ଜରିମାନା ସହିତ ୨୪୧ କୋଟି ୭୯ ଲକ୍ଷ  ୮୬ ହଜାର ୨୮୪ ଟଙ୍କା ବକେୟା ପଡ଼ିଛି ।

Leave a Reply