ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟ୍ : ୫ ମିନିଟରେ ଭୋଟହାର ଅଧା କେମିତି ହେଲା ? ଟିଏମସିର ECଙ୍କ ନିକଟରେ ଅଭିଯୋଗ

କୋଲକତା: ପଶ୍ଚିମବଙ୍ଗରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ହେଉଛି । ପ୍ରଥମ ପର୍ଯ୍ୟାୟରେ ୩୦ ଟି ଆସନ ପାଇଁ ଭୋଟ୍ ହେଉଛି । ତେବେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଭିତରେ ତୃଣମୁଳ କଂଗ୍ରେସ (ଟିଏମସି) ଭୋଟ୍ ପ୍ରତିଶତକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି । ଟିଏମସିର ଭୋଟିଂ ପ୍ରତିଶତରେ ଗଡବଡକୁ ନେଇ ଲିଖିତ ଅଭିଯୋଗ କରିଛି । ଟିଏମସିର ଅଭିଯୋଗ ଯେ, କାନ୍ଥି ଦକ୍ଷୀଣ(୨୧୨) ଓ କାନ୍ଥି ଉତ୍ତର (୨୧୩) ର ମତଦାନ କେନ୍ଦ୍ରରେ ସକାଳ ୯.୧୩ ମିନିଟରେ ମତଦାନ ହାର କ୍ରମଶଃ ୧୮.୪୭ ପ୍ରତିଶତ ଓ ୧୮.୯୫ ପ୍ରତିଶତ ଥିଲା । କିନ୍ତୁ ୪ ମିନିଟ ପରେ ମତଦାନ ହାର କମିଯାଇ କ୍ରମଶଃ ୧୦.୬୦ ପ୍ରତିଶତ ଓ ୯.୪୦ ପ୍ରତିଶତ ହୋଇଥିଲା । ଟିଏମସି ଅନୁସାରେ ଏହା ଷଡ଼ଯନ୍ତ୍ର । ନିର୍ବାଚନ ଆୟୋଗ ଏହାର ତଦନ୍ତ କରୁ ବୋଲି ଟିଏମସି ଦାବି କରିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଆଜି ହେଉଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ୫ଟି ଜିଲ୍ଲାର ୩୦ ଟି ଆସନରେ ଭୋଟ ହେଉଛି । ସକାଳ ୧୦.୩୦ ସୁଧା ୧୫.୩୦ ପ୍ରତିଶତ ଭୋଟ ପଡିଥିଲା । ପଶ୍ଚିମବଙ୍ଗ ନିର୍ବାଚନରେ ଏଥରକ ମୁଖ୍ୟତଃ ଟିଏମସି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ବିଜେପିର ଆଶା ଯେ, ଏହା ମମତା ବିରୋଧୀ ଭୋଟକୁ ଏନକ୍ୟାସ କରି ସେଠାରେ ସରକାର ଗଠନ କରିବ ।

ଏଥିସହିତ ପଢ଼ନ୍ତୁ: କିମ୍ୱଦନ୍ତି କ୍ରିକେଟର ସଚିନ୍ ତେନ୍ଦୁଲକର କରୋନା ସଂକ୍ରମିତ: ପରିବାର ସଦସ୍ୟଙ୍କ ମଧ୍ୟ କରାଗଲା ଟେଷ୍ଟ

Leave a Reply