ନିୟମ ଭାଙ୍ଗି ଚାଲୁଥିଲା ବାର୍, ବିଳମ୍ବିତ ରାତିରେ ୧୯ଟି ବାରରେ ପୋଲିସର ଚଢ଼ାଉ

1 min read

ଭୁବନେଶ୍ୱର: ରାଜଧାନୀର ବାରରେ କମିଶନରେଟ ପୋଲିସର ଚଢ଼ାଉ । ଜୋନ୍-୪ ଓ ଜୋନ୍-୬ ଅଞ୍ଚଳରେ ୧୯ଟି ବାରରେ ରେଡ୍ କରିଛି ପୋଲିସ । ବାରଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଖବର ପାଇ ଗତକାଲି ରାତିରେ ଦୁଇଟି ଜୋନକୁ ନେଇ ଡିସିପିଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ ହୋଇଥିଲା । ଏସିପି ଜୋନ-୪ ଅଞ୍ଚଳରେ ଥିବା ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୧୨ଟି ଓ ଏସିପି ଜୋନ-୬ ଇନଫୋସିଟି ଥାନା ଅଞ୍ଚଳରେ ୭ଟି ବାର ଉପରେ ଚଢ଼ାଉ କରାଯାଇଥିଲା ।

କିଛି ବାର ନିୟମ ପାଳନ କରୁଥିବାବେଳେ ଆଉ କିଛି ନିୟମ ମାନୁନଥିବା ଦେଖିବାକୁ ମିଳିଥିଲା । ନିୟମ ଉଲଘଂନକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି । ଏହି ସମୟରେ ରିବନ୍ ଓ ନାଇଟ କ୍ଲବ ବାର ନିୟମ ଉଲ୍ଲଂଘନ କରି ରାତି ପ୍ରାୟ ୧୨ଟା ୧୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଏ ନେଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ରିପୋର୍ଟ ଦେଇଛି ପୋଲିସ । ନିୟମ ଉଲଘଂନ ନେଇ ଦୁଇଟି ବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳକୁ ପୋଲିସ ଅପିଲ କରିଛି ।