ଲକଡାଉନରେ ମାତିଥିଲେ, ଅନଲକରେ ଧରା ପଡ଼ିଲେ

ଭୁବନେଶ୍ୱର(ଅରୁଣ ସାହୁ): କମିଶନରେଟ ପୋଲିସ ହାତରେ ଲକଡାଉନ୍ ଲୁଟେରା । ଲକଡାଉନରେ ମାତିଥିଲେ, ଅନଲକରେ ଧରା ପଡ଼ିଲେ । ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ସିରିଜ୍ ଲୁଟର ୩ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ୍ । ଲକଡାଉନ୍ ସମୟରେ ମଞ୍ଚେଶ୍ୱର ଚଣ୍ଡିମାତା କଲୋନୀ ସମେତ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବନ୍ଦ ଥିବା ଘରୁ ଗ୍ରୀଲ ତାଡ଼ି ଲୁଟପାଟ କରିଥିଲେ । ଅଭିଯୁକ୍ତ ମାନେ ହେଲେ ଶାନ୍ତି ପଲୀ ବସ୍ତିର ସନ୍ତୋଷ ରେଡ୍ଡୀ, ଭାସ୍କର ମିଶ୍ର ଓ ସଞ୍ଜୀବ ସିଂ । ସୋମାନଙ୍କ ଠାରୁ ୧୦୭ ଗ୍ରାମ୍ ସୁନା ଓ ୧୮୨ ଗ୍ରାମ ରୁପା ଜବତ କରିଛି ପୋଲିସ।ଲକଡାଉନ୍ ବେଳେ ଅଭିଯୁକ୍ତ ମାନେ ପୋଲିସ ନଜରକୁ ଆସିବା ଭୟରେ ସାଇକେଲ ଧରି ସହରରେ ଘୁରି ବୁଲୁଥିଲେ । ସାଇକେଲରେ ବୁଲିବୁଲି ସେମାନେ ଲୁଟ୍ ସ୍ଥାନ ଚିହ୍ନଟ କରୁଥିଲେ ।

Commissionrate police nabbed 3 miscreantsପୋଲିସର ସୂଚନା ଅନୁସାରେ ଗତ ଦେଢ଼ ମାସ ତଳେ ଚଣ୍ଡିମାତା କଲୋନୀର ଓଡ଼ିଶୀ ନୃତ୍ୟ ଶିଳ୍ପୀ ଜ୍ୟୋତିର୍ମୟୀ ଦାସଙ୍କ ଘରୁ ୬୦ ଗ୍ରାମ ସୁନା ଓ ରୁପା ଚୋରି କରିଥିଲେ । ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ୨ ଲୁଟେରା ଓ ଜଣେ କ୍ରେତାକୁ ଗିରଫ କରିଛି । ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଦୁଇ ଲୁଟେରାଙ୍କ ନାମରେ ୪୦ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି । ଗତ ଜୁନ ମାସରେ ଭୁବନେଶ୍ୱରରେ ୨୦ରୁ ଅଧିକ ଛିନତାଇ ଓ ଚୋରି ହୋଇଥିବା ବେଳେ, ଟେନସନରେ କମିଶନରେଟ ପୋଲିସ ।

Leave a Reply