ମାର୍କେଟ୍ ବିଲ୍ଡିଂରେ ଆତଙ୍କ ପଛରେ ୧୨ ନାବାଳକ, ଗୋପୀକୁ ଖୋଜୁଛି ପୋଲିସ୍

ଭୁବନେଶ୍ୱର: ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂରେ ଆତଙ୍କ ପଛରେ ୧୨ ନାବାଳକ । ସମୁଦାୟ ୨୧ ଜଣଙ୍କୁ ଚିହ୍ନଟ କରିଛି କମିଶନରେଟ୍ ପୋଲିସ । ୧୮ ଜଣଙ୍କୁ ଗିରଫ କରାଯାଇଛି । ଫେରାର୍ ରହିଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋପୀ ସହ ଚିଣ୍ଟୁ ଓ ପ୍ରୀତମ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।ପୋଲିସ କମିଶନର ଅଭିଯୁକ୍ତଙ୍କ ବିରୋଧରେ ଦଙ୍ଗା ଭଳି ସଙ୍ଗୀନ ଦଫା ଲାଗିଥିବା ସୂଚନା ଦେଇଛନ୍ତି । ଏଥିସହ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି । ଫେରାର୍ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ୩ଟି ଟିମ୍ ଗଠନ କରିଛି । ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସିପି କହିଛନ୍ତି ।ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ଆତଙ୍କ ଖେଳାଇଥିଲେ । ମାରଣାସ୍ତ୍ର ଧରି ଉଠାଦୋକାନୀ ଗ୍ରାହକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୩ ଦୋକାନୀଙ୍କ ସହ ୨ କନେଷ୍ଟବଳ ଆହତ ହୋଇଥିଲେ । ୨ କନେଷ୍ଟବଳଙ୍କୁ ପୁରସ୍କୃତ କରାଯିବ ବୋଲି ସିପି ସୂଚନା ଦେଇଛନ୍ତି ।

ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧାଙ୍କ ଆତଙ୍କରାଜ ଘଟଣା, ୧୮ ଗିରଫ

ଏଥିସହ ପୋଲିସ ଆକ୍ରମଣ ପଛର କାରଣ କହିଛି । ଗୁରୁବାର ରାତିରେ ଭାଇ ଉଭଣୀ ଘଣ୍ଟା କିଣିବାକୁ ଏକ ଘଣ୍ଟା ଦୋକାନକୁ ଯାଇଥିଲେ । ସେଠାରେ ଦୋକାନୀଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା । ଆଉ ମାମଲା ଯାଇ ପହଞ୍ଚିଥିଲା ଥାନାରେ । ଏହି ଘଟଣା ପରେ ଗତକାଲି କିଛି ଦୁର୍ବୃତ୍ତ ମୁଖାପିନ୍ଧି ଉଠାଦୋକାନୀଙ୍କୁ ଆକ୍ରମଣ କରିଥିଲେ ।

Leave a Reply