ହୋଟେଲରେ ଅପରାଧିକ କାର୍ଯ୍ୟକଳାପରେ ଲାଗିବ ରୋକ, ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ

ଭୁବନେଶ୍ବର: ହୋଟେଲରେ ଅପରାଧିକ କାର୍ଯ୍ୟକଳାପରେ ଲାଗିବ ରୋକ । ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ୍ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ ।
ଷ୍ଟେସନ, ମାଷ୍ଟରକ୍ୟାଣ୍ଟିନ, କଟକରୋଡ୍, ନୟାପଲ୍ଲୀ ଅଞ୍ଚଳରେ ଚଢ଼ାଉ । ଚନ୍ଦ୍ରଶେଖରପୁର, ଇନ୍ଫୋସିସ୍, ଖାରବେଳନଗର ଅଞ୍ଚଳରେ ବି ଚଢ଼ାଉ ଜାରି ରହିଛି । ଆପ୍ ଅଧୀନରେ ରେଜିଷ୍ଟର କରିନଥିବାରୁ ହୋଟେଲ ମାଲିକଙ୍କୁ ତାଗିଦ କରାଯାଇଛି । ସେଫ୍ ସିଟି ଡ୍ରାଇଭ ଅଧୀନରେ ସହରବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉଛି କମିଶନରେଟ ପୋଲିସ ।