ଜିରୋ ନାଇଟ୍ ପାଇଁ କମିଶନରେଟ ପୋଲିସର ଜିରୋ ଟଲରାନ୍ସ

1 min read

ଭୁବନେଶ୍ବର : ଜିରୋ ନାଇଟରେ ପୋଲିସର ଜିରୋ ଟଲରାନ୍ସ । ସେଲିବ୍ରେସନ କର, କିନ୍ତୁ କ୍ରାଇମ କରନି । ମତୁଆଲା ହୁଅ, କିନ୍ତୁ ନିୟମ ଭାଙ୍ଗନି । ବାର, ପବ, ହୋଟେଲରେ ହେବ ବ୍ୟାପକ ଚେକିଂ । ଉତ୍ସାହ ଉଦ୍ଦୀପନା ସହ ଆସୁଛି ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୨୦୨୪ କୁ ବିଦାୟ ସହ ୨୦୨୫ ମସିହାକୁ ସ୍ୱାଗତ ପାଇଁ ଉତ୍ସାହର ସହ ସଭିଏଁ ଅପେକ୍ଷା କରିଥିବା ବେଳେ   ସୁରକ୍ଷା ବ୍ୟବସ୍ଥା ନେଇ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ଚେକିଂ, ବ୍ଲକିଂ ସାଙ୍ଗକୁ ହେବ ନାକାବନ୍ଦୀ । ନନ୍ଦିଘୋଷ ଟିଭିକୁ Exclusive ଇଣ୍ଟରଭିୟୁ ବେଳେ ଏକଥା କହିଛନ୍ତି ପୋଲିସ କମିଶନର । ନିଶାଶକ୍ତଙ୍କ ବିରୋଧରେ ହେବ ଦୃଢ଼ ଆକ୍ସନ । ବ୍ୟାପକ ହେବ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଏଭିକ୍ସନ । କିଛି ହୋଟେଲ ଓ ଖାଲି ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ମିଳିଛି । ଅବକାରୀ ବିଭାଗ ସହ ଆଲୋଚନା ସରିଛି । ଏଣୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଟୁଇନ ସିଟି ପୋଲିସ ପୁରା ପ୍ରସ୍ତୁତ ଥିବା କହିଛନ୍ତି କମିଶନର ।

ସେପଟେ ୮ ତାରିଖରୁ ରାଜଧାନୀରେ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଦେଶ ଓ ଦେଶ ବାହାରୁ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ, ଓଡିଶା ପୋଲିସ ସହାୟତାରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଛି । ସେହିପରି ଗତ ବର୍ଷ ଫିଜିକାଲ କ୍ରାଇମ ଠାରୁ ବହୁ ମାତ୍ରାରେ ବଢିଚାଲିଥିବା ସାଇବର ମୁକାବିଲା ନେଇ କମିଶନରେଟ ପୋଲିସ ପକ୍ଷରୁ ସଚେତନ କରିଛନ୍ତି ଏସ. ଦେବଦତ୍ତ ସିଂ । ଅଧିକ ଲୋଭରୁ ଦୂରେଇ ରହିବା ସହ ଠକେଇର ଶିକାର ହେଲେ ଗୋଲ୍ଡେନ ଆୱାର  ମଧ୍ୟରେ ନିକଟସ୍ଥ ଥାନାରେ ଅଭିଯୋଗ କିମ୍ବା ସାଇବର ପୋଲିସ ଦ୍ୱାରା ଦିଆଯାଇଥିବା ଟୋଲ ଫ୍ରି ନମ୍ବରରେ କଲେ ଅଦୃଶ୍ୟ ଠକକୁ ଧରାଯାଇପାରିବ ବୋଲି କହିଛନ୍ତି ପୋଲିସ କମିଶନର ।