ରାଜଧାନୀରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

Commissionerate Police Seized Brown Sugar Worth 27 Lakhs, Held 2

ଭୁବନେଶ୍ୱର: ରାଜଧାନୀରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ହାଇଟେକ୍ ଛକ ନିକଟରେ ବିକ୍ରି କରୁଥିବା ବେଳେ ୨୭୩ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି କମିଶନରେଟ ପୋଲିସର କ୍ୟୁଏଟି ଓ ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ହୋଇଛନ୍ତି ଦୁଇ ଡ୍ରଗ୍ସ ମାଫିଆ । ଗିରଫ ୨ ଅଭିଯୁକ୍ତ ହେଲେ କଟକ ଗୋବିନ୍ଦପୁର ଥାନା ଅଞ୍ଚଳର ମନ୍ନଥ ସ୍ୱାଇଁ ଓ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ପ୍ରମୋଦ ମଲ୍ଲିକ ।

ଏଥିସହ ପଢ଼ନ୍ତୁ: ଜେଲ୍ ଫେରନ୍ତା ବିଜେପି ନେତାଙ୍କ ସାମ୍ବାଦିକ ସମ୍ମିଳନୀ ଅତ୍ୟନ୍ତ ଲଜ୍ଜାଜନକ: ବିଜେଡି

ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସର ଅପରେସନ୍  ହ୍ୱାଇଟ ସ୍ପାଇଡର ଆରମ୍ଭ ହେବା ଦିନଠାରୁ ଏବେ ପର୍ଯ୍ୟନ୍ତ ୨ କିଲୋ ୨୨୩ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୩୮ଜଣଙ୍କୁ ଗିରଫ କରାଯାଇଛି । ୪ ଲକ୍ଷ ୮୧ହଜାର ଟଙ୍କା ଜବତ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

Leave a Reply