ମାଆ ଝିଅଙ୍କୁ ଛୁରାମାଡ଼ ଘଟଣାର ପର୍ଦ୍ଦାଫାସ, ଲୁଟ୍ ଲକ୍ଷ୍ୟରେ ରୂପେଶ ରଚିଥିଲା ଷଡ଼ଯନ୍ତ୍ର

Commissionerate Police Reveals Truth Of Rupesh Knife Attack

ଭୁବନେଶ୍ୱର: ଶୈଳଶ୍ରୀବିହାରରେ ମାଆ ଝିଅଙ୍କୁ ଛୁରା ମାଡ଼ ଘଟଣା ଉପରୁ ଉଠିଲା ପର୍ଦ୍ଦା । ପ୍ରେସମିଟ୍ କରି ଛୁରାମାଡ଼ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଛୁରାମାଡ଼ ଘଟଣାରେ ରୂପେଶ ସମେତ ୨ଜଣ ଗିରଫ ହୋଇଛନ୍ତି । ଗିରଫ ଦ୍ୱୟ ହେଲେ ରୂପେଶ ପଣ୍ଡା ଓ ସଞ୍ଜୟ ପଣ୍ଡା। ରୂପେଶ ଓ ସଞ୍ଜୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଛନ୍ତି।

ପୋଲିସ ମୁତାବକ ଋଣ ଓ ଆର୍ଥିକ ସସମ୍ୟାରେ ଗତି କରୁଥିବା ରୂପେଶ ମାସକ ପୂର୍ବରୁ ଲୁଟ୍ ପାଇଁ ଯୋଜନା କରିଥିଲେ । ଗତ ୧ ତାରିଖ ଦିନ ମହିଳା ବେଶରେ ପଡ଼ୋଶୀ ମହିଳାଙ୍କ ଘରକୁ ପଶିଥିଲେ ରୂପେଶ । ଘରେ ପଶି ହଠାତ୍ ଆକ୍ରମଣ କରିବା ସହ ଖେଳନା ବନ୍ଧୁକରୁ ଗୁଳି ମଧ୍ୟ ଫୁଟାଇଥିଲା ରୂପେଶ । ଘଟଣାରେ ବ୍ୟବହୃତ ଛୁରି ଓ ବାଇକ୍  ପୋଲିସ ଜବତ କରିଛି । ଲୁଟ୍‌ ପାଇଁ ୧ ନଂ ମାର୍କେଟରୁ ଛୁରି ଓ ଡ୍ରେସ କିଣିଥିଲେ ବୋଲି ଡିସିପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଗତ ୧ ତାରିଖରେ ରୂପେଶ ମହିଳା ବେଶରେ ଆହାତ ଯୁବତୀଙ୍କ ଘରେ ପଶିଥିଲେ । ଏହାପରେ ଏକ ଛୁରିରେ ଉଭୟ ଯୁବତୀ ଓ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ । ଧସ୍ତାଧସ୍ତିରେ ସେ ନିଜେ ମଧ୍ୟ ଆହାତ ହୋଇଥିଲେ ।

Leave a Reply