କ୍ୱାରେଣ୍ଟାଇନକୁ ନେଇ କଠୋର ହେଲା କମିଶନରେଟ ପୋଲିସ

1 min read

କଟକ: ଦେଶ ପାଳୁଛି ଜନତା କର୍ଫ୍ୟୁ । ରାଜ୍ୟରେ ୪୦ ପ୍ରତିଶତ ଅଞ୍ଚଳ ଲକ୍ ଡାଉନ୍ । ଜରୁରୀକାଳୀନ ସେବାକୁ ଛାଡ଼ି ବନ୍ଦ ରହିଛି ସବୁକିଛି । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଲୋକଙ୍କୁ ସୁରକ୍ଷିତ ରଖିବାକୁ ନିୟମାବଳୀ ଜାରି କରାଯାଇଛି । ବିଦେଶ ଫେରନ୍ତାଙ୍କୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ, କଟକ ପୁରୀ ଘାଟ ଥାନା ଅଞ୍ଚଳରେ ଜଣେ ଏହି ନିୟମର ଉଲ୍ଲଂଘନ କରିଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ତାଙ୍କ ନାଁରେ ପୁରୀ ଘାଟ ଥାନାରେ ମାମଲା ରୁଜୁ କରାଯାଇଛି । ତେବେ, ବ୍ୟକ୍ତି ଜଣଙ୍କ କେଉଁଠୁ ଫେରିଛନ୍ତି ଓ କେଉଁ ପ୍ରକାର ନିୟମ ଉଲ୍ଲଂଘନ ସେ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ତଥ୍ୟ ଦିଆଯାଇନାହିଁ । ତେବେ, ସେ ନିକଟରେ ବିଦେଶରୁ ଫେରିଛନ୍ତି ଓ ନିୟମାନୁସାରେ ହୋମ୍ କ୍ୱାରେଣ୍ଟାଇନରେ ନରହି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

କରୋନା ପାଇଁ ରାଜ୍ୟର ୫ ଜିଲ୍ଲା ଲକ୍ ଡାଉନ୍

ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଯେଉଁମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ସେମାନେ ଘରେ ଆଇସୋଲେସନରେ ରହିବାକୁ ବାଧ୍ୟ । ନିୟମର ଖିଲାପ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।

Leave a Reply