କ୍ୱାରେଣ୍ଟାଇନକୁ ନେଇ କଠୋର ହେଲା କମିଶନରେଟ ପୋଲିସ
1 min readକଟକ: ଦେଶ ପାଳୁଛି ଜନତା କର୍ଫ୍ୟୁ । ରାଜ୍ୟରେ ୪୦ ପ୍ରତିଶତ ଅଞ୍ଚଳ ଲକ୍ ଡାଉନ୍ । ଜରୁରୀକାଳୀନ ସେବାକୁ ଛାଡ଼ି ବନ୍ଦ ରହିଛି ସବୁକିଛି । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଲୋକଙ୍କୁ ସୁରକ୍ଷିତ ରଖିବାକୁ ନିୟମାବଳୀ ଜାରି କରାଯାଇଛି । ବିଦେଶ ଫେରନ୍ତାଙ୍କୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
We have registered a criminal case under Puri Ghat PS in Cuttack against an individual for violating home quarantine norms.
Those asked to stay in home quarantine must strictly remain in isolation or be prepared for serious consequences. @DCP_CUTTACK @dcpbbsr— Dr Sudhanshu Sarangi (@SarangiSudhansu) March 22, 2020
ତେବେ, କଟକ ପୁରୀ ଘାଟ ଥାନା ଅଞ୍ଚଳରେ ଜଣେ ଏହି ନିୟମର ଉଲ୍ଲଂଘନ କରିଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ତାଙ୍କ ନାଁରେ ପୁରୀ ଘାଟ ଥାନାରେ ମାମଲା ରୁଜୁ କରାଯାଇଛି । ତେବେ, ବ୍ୟକ୍ତି ଜଣଙ୍କ କେଉଁଠୁ ଫେରିଛନ୍ତି ଓ କେଉଁ ପ୍ରକାର ନିୟମ ଉଲ୍ଲଂଘନ ସେ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ତଥ୍ୟ ଦିଆଯାଇନାହିଁ । ତେବେ, ସେ ନିକଟରେ ବିଦେଶରୁ ଫେରିଛନ୍ତି ଓ ନିୟମାନୁସାରେ ହୋମ୍ କ୍ୱାରେଣ୍ଟାଇନରେ ନରହି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର
ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଯେଉଁମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ସେମାନେ ଘରେ ଆଇସୋଲେସନରେ ରହିବାକୁ ବାଧ୍ୟ । ନିୟମର ଖିଲାପ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।