ଘରେ ପଶି ଭଡ଼ାଟିଆଙ୍କୁ ମାଡ଼ ଘଟଣା, ବିଭିନ୍ନ ସ୍ଥାନରେ ପୋଲିସର ରେଡ୍

1 min read
Commissionerate Police Raids In Different Location To Detain Upasana Mohapatra

ଭୁବନେଶ୍ୱର: ଯୁବ ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କୁ ଖୋଜୁଛି କମିଶନରେଟ୍ ପୋଲିସ । ମାର୍ଚ୍ଚ ୧୬ ସନ୍ଧ୍ୟାରେ ଉପାସନା ଓ ତାଙ୍କ ସ୍ୱାମୀ ଗୁଣ୍ଡା ନେଇ ନୟାପଲ୍ଲୀ ଏନ୍-ଥ୍ରୀ ୨୩୧ ନମ୍ବର ଘରେ ପହଞ୍ଚିଥିଲେ । ଘରକୁ ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ଘରକୁ ଦଖଲକୁ ନେବାକୁ କରିଥିଲେ ଗୁଣ୍ଡାଗର୍ଦ୍ଦି । ୩୦ରୁ ୪୦ ଜଣ ଗୁଣ୍ଡାଙ୍କୁ ନେଇ ଭଡ଼ାରେ ଥିବା ଲୋକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।

Commissionerate Police Raids In Different Location To Detain Upasana Mohapatra

ଘରେ ପଶି ଜୋରଜବରଦସ୍ତ ମାରଧର କରିବା ସହ ଭଙ୍ଗାରୁଜା କରିଥିଲେ ଉପାସନା ଓ ତାଙ୍କ ଗୁଣ୍ଡା । ସିସିଟିଭି ମଧ୍ୟ ଛିଣ୍ଡାଇ ନେଇ ଯାଇଥିଲେ । ଘଟଣାରେ ପୋଲିସ ଉପାସନା, ସାରଦା ପ୍ରଧାନ, ଉପାସନାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ ଓ ଚିଟଫଣ୍ଡ ଅଭିଯୁକ୍ତ ସାଗର ରାୟଙ୍କ ସମେତ ୨୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା । ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୨ ଜଣଙ୍କୁ ଜାମିନ୍ ମିଳିଥିଲା । ଅନ୍ୟମାନଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତ ପଠାଇ ଦେଇଥିଲେ ।

Commissionerate Police Raids In Different Location To Detain Upasana Mohapatra

ସେବେଠାରୁ ବିଜେପିର ଉପାସନା ଓ ସାରଦା ପ୍ରଧାନ ଫେରାର୍ ଅଛନ୍ତି । ଉଭୟଙ୍କୁ ଧରିବାକୁ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି । ଖୁବଶୀଘ୍ର ଉପାସନା ମହାପାତ୍ର ଗିରଫ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ- ଭଡ଼ାଟିଆଙ୍କୁ ଘରୁ ବାହାର କରିବା ଲାଗି ବିଜେପି ନେତାଙ୍କ ରାତି ଅଧିଆ ଗୁଣ୍ଡାରାଜ

Leave a Reply