ସାନିଟାଇଜର ଓ ମାସ୍କ କଳାବଜାରୀ ନେଇ ରାଜଧାନୀର ବିଭିନ୍ନ ମେଡିସିନ ଷ୍ଟୋରରେ ଚଢ଼ାଉ
![](https://nandighoshatv.com/wp-content/uploads/2019/12/medicine.jpeg)
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ମେଡିସିନ ଷ୍ଟୋରରେ ଚଢ଼ାଉ । ମାସ୍କ, ହ୍ୟ।ଣ୍ଡଓ୍ୱାଶ, ସାନିଟାଇଜର କଳାବଜାରୀ ନେଇ କମିଶନରେଟ୍ ପୋଲିସ ରେଡ୍ କରାଯାଇଛି । ଗତ କିଛି ଦିନ ହେବ କରୋନା ସତର୍କତା ପାଇଁ ବଜାରରେ ମିଳୁଥିବା ମାସ୍କ, ହ୍ୟ।ଣ୍ଡଓ୍ୱାଶ, ସାନିଟାଇଜରର ମୁଲ୍ୟ ହଠାତ୍ ବଢିଯାଇଥିଲା ।
ଲୋକଙ୍କ ଅତ୍ୟଧିକ ଚାହିଦାର ଫାଇଦା ଉଠାଇଥିଲେ ଖଳ ପ୍ରକୃତିର ବ୍ୟବସାୟୀ । ଏପରିକି ବଜାରରୁ ଅଚାନକ ମାସ୍କ ଏବଂ ସାନିଟାଇଜର ଶେଷ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଆଜି ସମସ୍ତ ମେଡିସିନ ଷ୍ଟୋରରେ ଚଢ଼ାଉ କରାଯାଇଛି ।