spot_img

Latest Posts

ରାଜଧାନୀର ବିଭିନ୍ନ ବାରରେ କମିଶନରେଟ୍ ପୋଲିସର ରେଡ୍

ଭୁବନେଶ୍ୱର: ରାତିରେ ଜମୁଛି ମଦର ଆସର । ବାର୍ ପାଲଟୁଛି ନିଶାଡ଼ିଙ୍କ ହବ୍ । ବାରରେ ନିଶା ସେବନ ଲାଗି ଲାଇସେନ୍ସ ନାହିଁ । କିନ୍ତୁ, ଆଇନକୁ ଆଖିଠାର ମାରି ରାଜଧାନୀର ଛାତି ଉପରେ ଚାଲିଛି ନିୟମ ଉଲ୍ଲଂଘନ । ରାଜଧାନୀର ବିଭିନ୍ନ ବାରରେ ରେଡ୍ କରିଛି କମିଶନରେଟ୍ ପୋଲିସ । ରେଡ୍ ବେଳେ ବାରରେ ନିଶା ସେବନ କରୁଥିବା ୫୦ରୁ ଅଧିକ ଜଣଙ୍କ ଠାରୁ ପୋଲିସ ଜରିମାନା ଆଦାୟ କରିଥିବା ବେଳେ ବାର ମ୍ୟାନେଜରଙ୍କୁ କରାଯାଇଛି ଫାଇନ୍ ।

Commissionerate Police Raid In Different Bar Of Bhubaneswar

କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କ୍ୟାପିଟାଲ ଥାନା, ଖାରବେଳ ନଗର ଥାନା, ଲକ୍ଷ୍ମୀ ସାଗର ଥାନା, ଖଣ୍ଡଗିରି ଥାନା, ସହିଦନଗର ଥାନା, ଚନ୍ଦ୍ରଶେଖରପୁର ଥାନା, ଇନଫୋସିଟି ଥାନା ଅଞ୍ଚଳରେ ଥିବା ବିଭିନ୍ନ ବାରରେ ରେଡ୍ କରିଥିଲା । ଏକାଧିକ ବାରରେ ରେଡ୍ ହୋଇଥିବା ବେଳେ ଖାରବେଳ ଥାନା ଅନ୍ତର୍ଗତ ମ୍ୟାଡ୍ ମୁଲ ଓ କ୍ୟାପିଟାଲ ଥାନା ଅଞ୍ଚଳ ୟୁନିଟ-୮ ଅଜିତ ବାର ନିୟମ ଉଲଂଘନ କରିଥିବା ଜଣା ପଡ଼ିଥିଲା । ଆଇନ୍ ଉଲ୍ଲଂଘନ କରିଥିବା ବାର୍ ସିଲ୍ ଲାଗି ଅବକାରୀ ବିଭାଗକୁ କମିଶନରେଟ୍ ପୋଲିସ ଚିଠି ଲେଖିବ ବୋଲି ଜଣାପଡ଼ିଛି ।

Latest Posts

Don't Miss