ମାଲଗୋଦାମରେ ନକଲି ଉତ୍ପାତ, ସାବାଡ ପାଇଁ ଚଢାଉ ଜାରି

କଟକ: ଏକ ମାସ ମଧ୍ୟରେ ପ୍ରାୟ ୧୬ରୁ ଉର୍ଦ୍ଧ୍ବ ନକଲି କାରଖାନା ଉପରେ ଚଢ଼ାଉ କଲାଣି କମିସିନରରେଟ ପୋଲିସ । ନକଲି କାରଖାନାରୁ ମସଲା, ଘିଅ, ଜର୍ଦା ସହ ବିଭିନ ପ୍ରକାରର ଖାଦ୍ୟ ସାମଗ୍ରୀ ଜବତ କରାଗଲାଣି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ। ଯାହାର ସିଧାସଳଖ ଲିଙ୍କ କଟକ ମାଲଗୋଦାମ ସହ ଥିବାବେଳେ ୧୫୦ବର୍ଷର ଅନୁଷ୍ଠାନ କଟକ ମାଲଗୋଦାମ ଉପରେ ସାଧାରଣ ଖାଉଟି ଏବେ ଆଙ୍ଗୁଳି ନିର୍ଦେଶ କରିବା ଆରମ୍ବ କଲେଣି । ଏହାକୁ ଆଖିରେ ରଖି ମାଲଗୋଦାମ ବ୍ୟବସାୟୀ ସଂଘ ପକ୍ଷରୁ ୧୩ ଜଣିଆ ସ୍କ୍ୱାଡ଼ ଗଠନ କରାଯାଇଛି । ସୋମବାର ଠାରୁ ଚଢ଼ାଉ ଆରମ୍ବ କରାଯାଇଥିବା ବେଳେ ପ୍ରଥମ ଦିନରେ କିଛି ଦୋକାନୀକୁ ଧରି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।

ରାଜ୍ୟର ସର୍ବପୁରାତନ ଅନୁଷ୍ଠାନ କହିଲେ କଟକ ମାଲଗୋଦାମକୁ ବୁଝାଏ । କିନ୍ତୁ କିଛି ଅପମିଶ୍ରଣ କରି ଆସାଧୁ ବ୍ୟବସାୟୀ ଙ୍କ ପାଇଁ ଆଜି ମାଲଗୋଦାମ ଉପରେ କଳା ଦାଗ ଲାଗିଛି। କମିସିନରେଟ ପୋଲିସ ପକ୍ଷରୁ କଟକ ରେ ଏକ ମାସ ଭିତରେ ପ୍ରାୟ ୧୬ଟିରୁ ଉର୍ଦ୍ଧ୍ବ ନକଲି କାରଖାନା ଠାବ କରାଯାଇଥିବା ନଜର ଆସିଛି। ଅପମିଶ୍ରଣ କାରୀ ମାନେ ନକଲି ଖାଦ୍ୟ ସାମଗ୍ରୀର ପ୍ରସ୍ତୁତ କରି କଟକ ମାଲଗୋଦାମ ଅତି ସହଜରେ ବିକ୍ରିକରି ଉପାର୍ଜନ କରୁଥିଲେ ଅର୍ଥ । ଯାହାକୁ ଏବେ ରୋକିବାକୁ ମାଲଗୋଦାମ ବ୍ୟବସାୟୀ ସଂଘ ଅଭିନଵ ଉପାୟ ଅବଲମ୍ବନ କରିଛି।

ଅଧା ଓଡିଶାକୁ ତେଜେରାତି ସାମଗ୍ରୀ ବର୍ଷ ତମାମ ଯୋଗାଉ ଆସୁଥିବା ଥିବା ମାଲଗୋଦାମକୁ ବେଶ ଭଲରେ ବ୍ୟବହାର କରୁଛନ୍ତି ଅପମିଶ୍ରଣକାରୀ। ତେବେ ବିଳମ୍ବରେ ହେଲେ ମଧ୍ୟ ମାଲଗୋଦାମ ବ୍ୟବସାୟୀ ଏହାକୁ ଗୁରୁତର ସହ ନେଇ ନକଲି ବ୍ୟବସୟୀଙ୍କ ଉପରେ ଚଢ଼ାଉ ଆରମ୍ଭ କରିଛି। ପ୍ରଥମ ଦିନରେ ଏକ ସସ୍ ଦୋକାନ ଉପରେ ଚଢ଼ାଉ କରିଥିବା ଦେଖାଯାଇଛି। ଆଗକୁ ଏହି ଚଢ଼ାଉ ଜାରିରହିବ ଏବଂ ଦୋଷୀଙ୍କ ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଓଡିଶା ର ସର୍ବବୃହତ ବାଣିଜ୍ୟିକ ପେଣ୍ଠସ୍ଥଳୀ ମାଲଗୋଦାମ ନାଁରେ ଲାଗିଛି କଳଙ୍କ। କିଛି ଅସାଧୁ ବ୍ୟବସାୟୀ ଜାଣିଶୁଣି ଏଭଳି କାରସାଦି କରୁଥିବା ବେଳେ କିଛି ବେପାରୀଙ୍କ ପାଇଁ ବଦନାମ ହେଉଛି ମାଲଗୋଦାମ। ଯାହାକୁ ଏବେ ରୋକିବାକୁ ପ୍ରୟାସ ଆରମ୍ଭ କରିଛି ବ୍ୟବସାୟୀ ସଂଘ । ଏବେ କେବଳ ଦେଖିବାକୁ ବାକି ରହିଲା କେତେଦୂର ହେଉଛି ଏହି ଚଢାଉ ଫଳପ୍ରଦ ।

Leave a Reply