ସାଇବର ଅପରାଧ ରିପୋର୍ଟ ପାଇଁ ସହାୟତା ଡେସ୍କ ନମ୍ବର ଜାରି

1 min read

ଭୁବନେଶ୍ୱର: ସାଇବର ଠକ ସାବଧାନ । ରାଜ୍ୟ ସହ ଟ୍ୱିନ୍ ସିଟିରେ ବଢ଼ୁଥିବା ସାଇବର ଅପରାଧ ତଥା ଅନଲାଇନ୍ ଠକେଇରେ ଲଗାମ କଷିବାକୁ କମିଶନରେଟ୍ ପୋଲିସ ଆରମ୍ଭ କରିଛି ହେଲ୍ପଲାଇନ୍ । କମିଶନରେଟ୍ ପୋଲିସ ପକ୍ଷରୁ 7440006709 ସହାୟତା ନମ୍ବର ଜାରି କରାଯାଇଛି । ଏନେଇ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Commissionerate Police Issued Helpline For Reporting Cyber Crime

ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପୋଲସ କମିଶନର । ଠକାମୀର ଶିକାର ହେଲେ ସଙ୍ଗେ ସଙ୍ଗେ ପୋଲିସ ହେଲ୍ପ ଲାଇନ୍ ନମ୍ବର 7440006709ରେ କଲ୍ କରନ୍ତୁ । ଫଳରେ ପୋଲିସ ଠକ ମାନଙ୍କର ମୋବାଇଲ ନମ୍ବରକୁ ବ୍ଲକ୍ କରିପାରିବ । ଠକ ମାନେ ଯେତେ ଆକାଉଣ୍ଟ ଖୋଲିବେ ଆମେ ସେତିକି ନମ୍ବର ବ୍ଲକ କରିବୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

Commissionerate Police Issued Helpline For Reporting Cyber Crime

ଠକେଇ ହୋଇଥିବା ଟଙ୍କା କୁଆଡ଼େ ଯାଇଛି । କେଉଁ ଆକାଉଣ୍ଟ କିମ୍ବା କାହା ଆକାଉଣ୍ଟକୁ ଯାଇଛି । ଠକାମୀ ୟୁଆରଏଲ୍ (URL) ଦେବାମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କମିଶନର ଥାନାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏଥିସହ ସନ୍ଦେହ ଜନକ ଫୋନ୍ କଲ୍ କିମ୍ବା ମେସେଜ ଆସିଲେ ସହାୟତା ଡେସ୍କ ବା ପୋଲିସକୁ ଜଣାଇବାକୁ କହିଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ହେଲ୍ପଲାଇନ୍ ଜାରି ହୋଇଥିବା ବେଳେ ଏଥିରେ ଜଣେ ସବ ଇନ୍ସପେକ୍ଟର ଓ ୭ ଜଣ କନେଷ୍ଟବଳ କାମ କରୁଛନ୍ତି ।

Leave a Reply