ଓଲିଉଡ୍ ହିରୋ ବାବୁସାନଙ୍କ ଚାଲାଣ କାଟିଲା କମିଶନରେଟ୍ ପୋଲିସ
1 min readଭୁବନେଶ୍ୱର: ବିନା ହେଲମେଟରେ ବାଇକ୍ ଡ୍ରାଇଭିଂ । ପୁଣି ନିଜ ଫେସବୁକ ପେଜରେ ଭିଡିଓ ପୋଷ୍ଟ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଫସିଛନ୍ତି ଓଲିଉଡର ଚକୋଲେଟ୍ ହିରୋ ବାବୁସାନ୍ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ କମିଶନରେଟ୍ ପୋଲିସ ବାବୁସାନଙ୍କ ଚାଲାଣ କାଟିଛି । ଏନେଇ ଖୋଦ୍ କମିଶନରେଟ୍ ପୋଲିସ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ।
We adore our actors. But, when Tanmay, better known as Babushan, was found to be riding a bike without a helmet, a challan was issued.
That’s our duty. Do follow traffic safety norms always. @SarangiSudhansu@sagarika_nath pic.twitter.com/Mcu0b4RVMi— COMMISSIONERATE POLICE (@cpbbsrctc) December 18, 2019
ବିନା ହେଲମେଟରେ ଡ୍ରାଇଭିଂ ପାଇଁ ପୋଲିସ ତନ୍ମୟ ମହାନ୍ତି ଓରଫ୍ ବାବୁସାନଙ୍କ ନାଁରେ ଏକ ହଜାର ଟଙ୍କା ଚାଲାଣ କାଟିଛି । ଏଥିସହ ହେଲମେଟ୍ ପିନ୍ଧି ବାଇକ୍ ଚଳାଇବାକୁ କମିଶନରେଟ୍ ପୋଲିସ ବାବୁସାନଙ୍କୁ ପରାମର୍ଶ ଦେଇଛି ।କଳିଙ୍ଗ ନଗର ଅଞ୍ଚଳରେ ବିନା ହେଲମେଟରେ ବାବୁସାନ ବାଇକ୍ ଚଲାଇ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗୋଟିଏ ମିନିଟ୍ ୧୫ ସେକେଣ୍ଡର ଭିଡିଓଟିକୁ ଫିଲ୍ମ ସୁଟିଂ ଭଳି କରିଥିଲେ ବାବୁସାନ୍ । କେତେବେଳେ ଟ୍ରାଫିକ୍ କ୍ରସ କରୁଥିଲେ ତ କେତେବେଳେ ସାଇଡ୍ ପୋଜ୍ ଦେଉଥିଲେ । ଲୋକଙ୍କୁ ପ୍ରଭାବିତ କରୁଥିବା ସେଲିବ୍ରିଟି ନିଜେ ଟ୍ରାଫିକ ନିୟମ ଭାଙ୍ଗିଥିଲେ ।
ପୋଲିସ ଚାଲାଣ କାଟିବା ପରେ ବାବୁସାନ ନିଜ ପେଜରୁ ଭିଡିଓଟିକୁ ଡିଲିଟ୍ କରି ଦେଇଛନ୍ତି । ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।