ରାଜଧାନୀରୁ ଅପହୃତ ଯୁବକଙ୍କ ମିଳିଲା ସନ୍ଧାନ

ଭୁବନେଶ୍ବର: ରାଜଧାନୀର ଏସପ୍ଲାନେଡ୍ ମଲ ସମ୍ମୁଖରୁ ଅପହୃତ ଯୁବକଙ୍କ ମିଳିଲା ସନ୍ଧାନ । ଏବେ ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଲୋକେଟ କରାଯାଇଥିବା ପୋଲିସ ସୂଚନା ଦେଇଛି । ୨୦ ଲକ୍ଷ ଟଙ୍କା ଧାର ପାଇଁ ଯୁବକଙ୍କୁ ଉପହରଣ କରାଯାଇଥିବା ସୂଚନା ମିଳିଛି ।
ଅଭିଯୋଗ ଅନୁସାରେ, ଆନନ୍ଦପୁର ବେଲବାହାଳି ଅଞ୍ଚଳର ପ୍ରିୟବ୍ରତ ସାହୁଙ୍କୁ ଏସପ୍ଲାନେଡ ମଲ୍ ସମ୍ମୁଖରୁ ଏକ କଳା ରଙ୍ଗର କାରରେ ୪ ଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ପରିବାର ଲୋକେ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯୁବକଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ କରି ସେ ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ପୋଲିସ ଜାଣିବାକୁ ପାଇଛି ।