୭ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୭ ବନ୍ଧୁକ ଓ ୬୫ ରାଉଣ୍ଡ ଗୁଳି ଜବତ

Commissionerate Police Arrested 7 Accused And Seized Heavy Arms

କଟକ: କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । କଟକ ଚାଉଳିଆଗଞ୍ଜ କାଳିଆବୁଦା ଅଞ୍ଚଳରେ ଚଢ଼ାଉ କରି ୭ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଏଥିସହ ପୋଲିସ ୭ଟି ବନ୍ଧୁକ ଓ ୬୫ ରାଉଣ୍ଡ ଗୁଳି ଜବତ କରିଛି । ଧରା ପଡ଼ିଥିବା ଅପରାଧୀଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ଥିବା କହିଛନ୍ତି ପୋଲିସ କମିଶନର । ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରୁ ବିଜୟ ନାୟକ ଓ ଜଗା ଦାସର ବିଭିନ୍ନ ଅପରାଧିକ ଗ୍ୟାଙ୍ଗ ସହ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି ।

Commissionerate Police Arrested 7 Accused And Seized Heavy Arms

କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଜିଲ୍ଲାର ଏସପିଙ୍କୁ ଏହି ଅପରାଧୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ଏବଂ  ଖୋଳତାଡ଼ କରିବାକୁ କୁହାଯାଇଛି । ପୋଲିସ ଏସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରଖିଛି । ଆଗକୁ ଚୋରା ବନ୍ଧୁକ, ଗୁଳି ଚାଲାଣ ବ୍ୟବସାୟକୁ ରୋକିବାକୁ ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

Leave a Reply